ସନଷ୍ଟାର ଟିଭି ବ୍ୟୁରୋ
କୋରପୁଟ ; ଓଡିଶା ସରକାରଙ୍କ ଶିଶୁ ଓ ଜନନୀ ସୁରକ୍ଷା ନିମନ୍ତେ ଆମ୍ବୁଲାନ୍ସ ସେବାଭଳି ବିଭିନ୍ନ ଯୋଜନା ଗୁଡିକ ରହିଥିଲେ ସୁଧା ଗ୍ରାମାଞ୍ଚଳରେ ପହଞ୍ଚି ପାରିନାହିଁ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆନ୍ଧ୍ର ଓଡିଶା ସୀମାନ୍ତ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ତଳଗୋଲୁର ପଂଚାୟତ ର ପଟୁଗୁଡା ଗାଁରେ । ସୂଚନାଯୋଗ୍ୟକି ପଟୁଗୁଡା ଗାଁର ସୁନ ମାରି ଆଜି ସକାଳେ ଗର୍ଭ ଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍ସ କୁ ଫୋନ କରିଥିଲେ ।ଗାଁକୁ ରାସ୍ତା ନଥିବାରୁ ସମ୍ପର୍କୀୟ ତାଙ୍କୁ ଭାରରେ ବୋହି ଗାଁରୁ ଚିକଟାଆମଗୁଡା ପର୍ଯ୍ୟନ୍ତ ଆଣିଥିଲେ । ପରେ ସେଠାରୁ ଏକ ଅଟୋ ଯୋଗେ 2000 ଟଙ୍କା ଭଡା ଦେଇ ପଟ୍ଟାଙ୍ଗି ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଉଥିବାବେଳେ ପେଟ୍ରୁ ନିକଟରେ ଆମ୍ବୁଲାନ୍ସ ଆସିବାରୁ ସେଠାରୁ ଆମ୍ବୁଲାନ୍ସ ଯୋଗେ ପଟ୍ଟାଙ୍ଗି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯିବାପରେ ସନାମାରି ଦୁଇଟି ଯାଆଁଳା ଶିଶୁ ପୁତ୍ର ଓ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ବର୍ତ୍ତମାନ ସମସ୍ତେ ସୁସ୍ଥ ରହିଛନ୍ତି । ଚିପିଟିଆମ୍ବଗୁଡ଼ାରୁ ପଟୁଗୁଡା ଗାଁକୁ ଆସିବାକୁ ହେଲେ ପ୍ରାୟ ୩କିଲୋମିଟର ନଦୀ ପାହାଡ ଦେଇ ଆସିବାକୁ ପଡିଥାଏ ବର୍ଷାଦିନେ ଚାଲିବା ତ କଷ୍ଟକର ବାଇକ ଓ ଚାରିଚାକିଆ ଯାନ ଯିବା ନକହିବା ଭଲ ତେଣୁ ଗ୍ରାମବାସୀ ତୁରନ୍ତ ଏହି ଗ୍ରାମକୁ ରାସ୍ତା ସଂଯୋଗ ନିମନ୍ତେ ସରକାରଙ୍କୁ ଦାବି ଜଣାଇଛନ୍ତି ନହେଲେ ସୁନା ମାରି ଭଳି ଅବସ୍ଥା ଆଗକୁ ମଧ୍ୟ ଗ୍ରାମର ମହିଳା ମାନେ ଭୋଗିବେ ବୋଲି ମତ ବ୍ୟକ୍ତ କରିଛନ୍ତି ।
ରିପୋର୍ଟ ; ବେଂକଟେଶ ରାଓ