ସନଷ୍ଟାର ଟିଭି ବ୍ୟୁରୋ
ହିମାଞ୍ଚଳ ନିର୍ବାଚନ ପୂର୍ବରୁ କଂଗ୍ରେସରେ କନ୍ଦଳ
ନିର୍ବାଚନକୁ ନେଇ ଦଳରେ ପୁଣି ଆରମ୍ଭ ହେଲା ଗୋଷ୍ଠିକନ୍ଦଳ
ପାର୍ଟି ହାଇକମାଣ୍ଡଙ୍କ ନିଷ୍ପତ୍ତି ବଢାଇଲା ଟେନ୍ସନ
ହିମାଞ୍ଚଳରେ ପୁଣି ଆରମ୍ଭ ହେଲା ଦଳବିରୋଧି ପ୍ରତିଦ୍ୱନ୍ଦିତା
ହିମାଞ୍ଚଳ ପ୍ରଦେଶ କଂଗ୍ରେସରେ ପୁଣି ଗୋଷ୍ଠୀକନ୍ଦଳ ଉପୁଜିଛି । ନିର୍ବାଚନ ପୂର୍ବରୁ କଂଗ୍ରେସର ମଧ୍ୟରେ କନ୍ଦଳ ସୃଷ୍ଟି ହେବା କାରଣରୁ ଏହା ନିର୍ବାଚନ ଉପରେ ପ୍ରଭାବ ପକାଇପାରେ ବୋଲି ଚର୍ଚ୍ଚା ହେଉଛି । ନିର୍ବାଚନ ସମୟରେ ଦଳ ଭିତରେ ଏପରି ସ୍ୱଭାବ ବା କନ୍ଦଳ ଦଳ ପାଇଁ କ୍ଷତିର କାରଣ ପାଲଟି ପାରେ ଏବେ ପ୍ରଶ୍ନ ଉଠୁଛି ଯେ ଏମିତି କଣ ଘଟିଲା ଯେ ପୁଣି ଥରେ ଦଳରେ ଏପରି ସ୍ଥିତି ଉପୁଜିଛି । ଏମିତି କଣ ହେଲା ଯେ ଦଳର ନେତା ପରସ୍ପରର ଶତ୍ରୁ ପାଲଟିଗଲେ ? ଘଟଣା କିଛି ଏମିତି ଯେ ଦଳର ହାଇକମାଣ୍ଡଙ୍କ ଏକାଥରକେ ୭ଟି ମଣ୍ଡଳ କମିଟିକୁ ଭଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ । ଫଳରେ ଏଇଠୁ ସୃଷ୍ଟି ହୋଇଥିଲା ଦଳର ମଧ୍ୟରେ ବିବାଦ । ପାର୍ଟି ହାଇକମାଣ୍ଡଙ୍କ ଏଭଳି ନିଷ୍ପତ୍ତିକୁ ନେଇ ସମସ୍ତେ ଆଶ୍ଚଯ୍ୟ ହୋଇଯାଇଥିଲେ । ପ୍ରଦେଶ କଂଗ୍ରେସରେ ପାଶ୍ଚାତ କାଙ୍ଗଡ୍ଡା ସୁଲ୍ହା ହମିରପୁର ସରକାଘାଟ କଶୋଲି ଏବଂ ଜୋଗିନ୍ଦ୍ର ନଗରମଣ୍ଡଳ କଂଗ୍ରେସ କମିଟି ଆଦିକୁ ଭଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହାକୁ ନେଇ ନେତା ମାନଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା ଯେ ଏହାକୁ କିଏ ଏବଂ କାହିଁକି ଏଭଳି ନିଷ୍ପତ୍ତି ନେଲେ ଏନେଇ ଯୁକ୍ତତର୍କ କରିଥିଲେ । କିନ୍ତୁ ଦଳର ମହାସଚିବ ରଜନିସ୍ କିମଟା କହିଥିଲେ ଯେ ପ୍ରଭାରୀ ରାଜିବ ସୁକ୍ଳା ଓ ପ୍ରଦେଶ ଅଧକ୍ଷ ପ୍ରତିମା ସିଂ ସାତୋଟି ମଣ୍ଡଳ କମିଟି ଭଙ୍ଗ କରିବା ନେଇ ନିଷ୍ୱତ୍ତି ନେଇଥିବା କହିଛନ୍ତି । ଆହୁରୀମଧ୍ କହିଛନ୍ତି ଯେ ନୁଆ ସଂଗଠନ କରିବା ପୂର୍ବରୁ ହିଁ କନ୍ଦଳ ସୃଷ୍ଟି ହୋଇଗଲାଣି । ଏହି ନିଷ୍ପତ୍ତି ନେବା ପରେ କେତେକ ନେତା ଦଳ ଛାଡିବା ପାଇଁ ମନସ୍ତ କରିଛନ୍ତି । ଯାହାର ପ୍ରଭାବ ଆଗାମୀ ୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିପାରେ । କାଙ୍ଗଡ୍ଡାରେ ଦଳୀୟ ନେତା ଦଳ ଛାଡି ଭାଜପା ସହ ମିଶିଥିବା ନେଇ ଦଳକୁ ଝଟକା ଲାଗିଥିବା ବେଳେ ସୁଲ୍ଳା ବିଧାୟକ ଜଗଜୀବନ ପାଲ୍ ଓ କଂଗ୍ରେସ ଟିକେଟ୍ ଲିଷ୍ଟରେ ଥିବା ଜଗଦିଶ ତ୍ରିପାହି ମଧ୍ୟରେ ଚାଲିଛି ମୁହଁ ପୁଲାଫୁଲି । ମିର ପୁରରେ ସାମ୍ନାସାମ୍ନି ହେବେ ପ୍ରତିଭା ସଂ ଏବଂ ସୁକବୁଦ୍ । ସରକାଘାଟ୍ରେ କୁରୁମନ୍ତ୍ରୀ ରଙ୍ଗିଲା ରାମରାଓ ଏବଂ ଯଦୁପତି ଠାକୁରଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । କଶୋଲିରେ ପୂର୍ବରୁ ହାରିଥିବା ସୁଲତାନ ପୁରୀ ବିରୋଧ ଘଟଣା କାହାକୁ ଅଛପା ନାହିଁ । ସେହିଭଳି ପଶ୍ଚାତରେ ଗଙ୍ଗୁରାମ ସାଥି ଓ ଯୋଗେନ୍ଦ୍ର ନଗରରେ ଠାକୁରଙ୍କ ବିପକ୍ଷରେ ରହିଛି । ଏଭଳି ଘଟଣା ହିମାଚଂଳ ପ୍ରଦେଶ କ୍ଷେତ୍ରରେ କେଣସି ନୂଆ କଥାନୁହେଁ । ଏହା ପୂର୍ବରୁ ଏଭଳି ଘଟଣା ଅନେକ ଥର ଘଟି ସାରିଛି । ନିର୍ବାଚନ କ୍ଷେତ୍ରରେ କଂଗ୍ରେସ ପରାଜୟ ଜାରି ରହିଛି । କିଛି ଦିନ ତଳେ ପ୍ରତିଭା ସିଂ ଦଳର ଦାୟିତ୍ୱ ଦେବା ସହ ତାଙ୍କ ସାଙ୍ଗରେ ଆଉ ୪ଜଣଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା କିନ୍ତୁ ଏମାନଙ୍କ ମଧ୍ୟରୁ ପବନ କାଯଲ ଦଳ ଛାଡି ଭାଜପାରେ ମିଶିଥିଲେ ଏହା ସହ ପୂର୍ବତନ ଅଧକ୍ଷ ସୁକିନ୍ଦର ସୁକୁ ଏବଂ ପ୍ରତିପକ୍ଷ ନେତା ମୁକେଶ ଅଗ୍ନିଅତ୍ରି ଆଗାମୀ ମୁଖ୍ୟମନ୍ତ୍ରୀ ନିର୍ବାଚନ ପାଇଁ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ବିବେଚିତ କରି ଦଳ ମଧ୍ୟରେ ସୃଷ୍ଟି କରିଥିଲେ ଅନ୍ତକନ୍ଦଳ । ଆଉ ବତ୍ତମାନ ୭କମିଟି ଭଙ୍ଗ କରିବା ମାମଲା ଏବେ ଦଳ ବିଭାଜନର କାରଣ ପାଲଟିଛି ଯାହାକୁ ନେଇ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳୁଛି ।