ସନ୍ଷ୍ଟାର ଟିଭି ବ୍ୟୁରୋ
ବାରଙ୍ଗ: ଆସନ୍ତା ୨୯ତାରିଖରେ ପାଳନ ଦେବାକୁ ଯାଉଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରତିଷ୍ଠା ଦିବସ । ତେବେ ଏହି ଦିବସରେ ନନ୍ଦନକାନନର ଶୋଭା ବଢାଇବା ପାଇଁ ଆଉ ୧୩ ପ୍ରକାରର ନୂଆ ଜୀବଜନ୍ତୁଙ୍କୁ ନନ୍ଦନକାନନକୁ ଅଣାଯିବାର ବ୍ୟବସ୍ଥା କରାଯାଇଛି । ଆରମ୍ଭ ହୋଇଯାଇଛି ଶୀତ । ଏହି ଋତୁରେ ଏଠାରେ ଅନେକ ପର୍ଯ୍ୟଟକମାନଙ୍କ ଭିଡ ଜମିଥାଏ । ପର୍ଯ୍ୟଟକଙ୍କ ଆକୃଷ୍ଟ କରିବା ପାଇଁ ନନ୍ଦନକାନନ ପରିସରରେ ବିଭିନ୍ନ ରଙ୍ଗ କାମ କରାଯାଉଛି । ନୂତନ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଆଣିବା ପାଇଁ କତ୍ତୃପକ୍ଷ ଅଣ୍ଟା ଭିଡିଛନ୍ତି । କରୋନା ସଂକ୍ରମଣ କାରଣରୁ ପୂର୍ବରୁ ଆସିବାକୁ ଥିବା ଜୀବଜନ୍ତୁଙ୍କୁ ଆଣିବା ସମ୍ଭବପର ହୋଇନଥିଲା ।
ନନ୍ଦନକାନନ ପ୍ରାଣୀ ଉଦ୍ୟାନ କତ୍ତୃପକ୍ଷ ଚଳିତ ମାସ ୨୦-୨୧ତାରିଖ ମଧ୍ୟରେ ଅଦଳବଦଳ ପ୍ରକ୍ରିୟାରେ ୫ଟି ପ୍ରଜାତିର ୧୩ଗୋଟି ଜୀବଜନ୍ତୁଙ୍କୁ ଦେଇ ମଧ୍ୟପ୍ରଦେଶ ଇନ୍ଦୋର କମଳା ନେହେରୁ ପ୍ରାଣୀଉଦ୍ୟାନ ଦେଇଛି ଗୋଟିଏ ଭାରତୀୟ ମାଈ ଧଳା ବାଘ, ଗୋଟିଏ ଅଣ୍ଡିରା ଅଧିକ କଳା ଲୋମଯୁକ୍ତ ଭାରତୀୟ ବାଘ ଦୁଇଟି ଅଣ୍ଡିରା ଓ ଗୋଟିଏ ମାଈ ଘଡ଼ିଆଳ କୁମ୍ଭୀର, ଦୁଇଟି ଅଣ୍ଡିରା ଦୁଇଟି ମାଈ ଗୋଲଡେନ୍ ପିଜେଣ୍ଟ ଓ ଦୁଇଟି ଅଣ୍ଡିରା,ଦୁଇଟି ମାଈ ସିଲଭର ପିଜେଣ୍ଟ ।