ସନଷ୍ଟାର ଟିଭି ବ୍ୟୁରୋ
ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ନିର୍ବାଚିତ। ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ହରାଇଲେ ଧନଖଡ଼। ଜଗଦୀପ ଧନଖଡ଼ଙ୍କୁ ମିଳିଛି ୫୨୮ ଖଣ୍ଡ ଭୋଟ୍। ସେହିପରି ମାର୍ଗାରେଟ୍ ଆଲଭାଙ୍କୁ ମିଳିଛି ୧୮୨ ଖଣ୍ଡ ଭୋଟ୍। ୧୫ଟି ଭୋଟ୍ ନାକଚ ହୋଇଯାଇଥିବା ସୂଚନା ମିଳିଛି। ମୋଟ ୭୨୫ ଜଣ ସାଂସଦ ଭୋଟ୍ ଦେଇଥିଲେ।
ଜଗଦୀପ ଧନଖଡ :-
– ୧୮ ମଇ, ୧୯୫୧ରେ ରାଜସ୍ଥାନ ଝୁନଝୁନରେ ଜନ୍ମଗ୍ରହଣ କରିଥିଲେ
– ପ୍ରାଥମିକ ଶିକ୍ଷା ପରେ ଆଇନ ଶିକ୍ଷାପ୍ରତି ମନବଳାଇଥିଲେ ଧନଖଡ
– ୧୯୭୯ରେ ରାଜସ୍ଥାନ ବାର୍ କାଉନସିଲରେ ଯୋଗଦେଇଥିଲେ
– ରାଜସ୍ଥାନ ହାଇକୋର୍ଟ ବାର ଆସୋସିଏସନର ସର୍ବକନିଷ୍ଠ ଅଧ୍ୟକ୍ଷ ଥିଲେ
– ୧୯୯୦ରୁ ୨୦୧୮ ପର୍ୟ୍ୟନ୍ତ ବରିଷ୍ଠ ଓକିଲ ଭାବେ କାର୍ୟ୍ୟ କରିଛନ୍ତି
– ଉଭୟ ରାଜସ୍ଥାନ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଓକିଲ ଭାବେ କାର୍ୟ୍ୟ କରିଛନ୍ତି
– ସୁପ୍ରିମକୋର୍ଟର ବାର ଆସୋସିଏସନ୍ର ପ୍ରେସିଡେଂଟ୍ ରହିଥିଲେ
– ୧୯୮୯ରେ ଜନତା ଦଳ ଟିକେଟରୁ ଝୁନୁଝୁନୁ ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ
– ୧୯୯୦ରେ ପ୍ରଧାନମନ୍ତ୍ରୀ ଚନ୍ଦ୍ର ଶେଖରଙ୍କ ସରକାରରେ ସଂସଦୀୟ ବ୍ୟପାର ରାଷ୍ଟ୍ରମନ୍ତ୍ରୀ ଥିଲେ
– ୨୦୦୩ରେ ଧନଖଡ଼ ବିଜେପିରେ ଯୋଗଦେଇଥିଲେ