ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର; ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ତରଫରୁ ଇନୋଭେସନ ଓ ଇନକ୍ୟୁବେସନ ସେଣ୍ଟର ଠାରେ “ଆଜାଦି କା ଅମୃତ ମହୋତ୍ସବ” ପାଳନ ଉପଲକ୍ଷେ ଓଡିଆ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇ ଯାଇଛି। ଭାରତୀୟ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ମୁକ୍ତି ସଂଗ୍ରାମର ସ୍ବର୍ଣିମ ଐତିହ୍ୟକୁ ଜାଗରୁକ କରିବାପାଇଁ ସାରା ଦେଶରେ ଏପ୍ରକାର ନାନା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରବନ୍ଧ ବକ୍ତୃତା ଓ ଚିତ୍ରକଳା ପ୍ରତିଯୋଗୀତା ଆୟୋଜନର ବ୍ୟବସ୍ଥା କରାଯାଇଛି।ଉକ୍ତ ପ୍ରତିଯୋଗିତାର ପ୍ରଥମ ଦିନରେ ଆୟୋଜିତ” ଖାଦ୍ୟ ସୁରକ୍ଷା ଓ ଭାରତୀୟ କୂଟନୀତି “ଶୀର୍ଷକ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା ରେ ଅନ୍ୟୁନ ୧୯ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।ବିଚାରକ ଭାବେ ଡଃ ବ୍ରଜସୁନ୍ଦର ମିଶ୍ର ଓ ଡଃ ରମେଶ ମଲ୍ଲିକ ଏହି ପ୍ରତିଯୋଗିତା ପରିଚାଳନା କରିଥିଲେ।ଛାତ୍ର ମଙ୍ଗଳ ନିର୍ଦ୍ଦେଶିକା ପ୍ରଫେସର ମିତାଲି ଚିନାରା ଏହି କାର୍ଯ୍ୟକ୍ରମର ମୁଖ୍ୟ ଦାୟୀତ୍ବ ନିର୍ବାହ କରିଥିଲେ।