ସନଷ୍ଟାର ଟିଭି ବ୍ୟୁରୋ
ବାଲେଶ୍ୱର; ଗତକାଲି ଦାରୁହା ଗ୍ରାମର କିଛି ଲୋକ ଅସୁସ୍ଥ ହୋଇଥିବା ଘଟଣାରେ ଗାଁରେ ପହଁଚିଲେ ବାଲେଶ୍ଵର ମେଡ଼ିକାଲ ଟିମ ସହ ଅତିରିକ୍ତ ଜିଲ୍ଲାପାଳ, ଗାଁରେ ଥିବା ବଡ଼ ଦାରୁହା ସ୍କୁଲ ପରିସରରେ ଚାଲିଛି ଚିକିତ୍ସା।ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଉ ବ୍ୟକ୍ତି ଅସୁସ୍ଥ ଅଛନ୍ତି, ସ୍ୱାସ୍ଥ୍ୟ ଅଵସ୍ଥା ସୁଧାର ପାଇଁ ଲାଗି ପଡିଛନ୍ତି ସମ୍ପୂର୍ଣ୍ଣ ଡାକ୍ତରୀ ଟିମ। ସୂଚନା ଅନୁଯାୟୀ ଗତକାଲି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଦାରୁହା ଗ୍ରାମରେ 40 ରୁ ଉର୍ଦ୍ଧ୍ବ ବ୍ୟକ୍ତି ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ଅସୁସ୍ଥ ପଡ଼ିଥିଲେ।ପରେ ଗ୍ରାମର ଅଙ୍ଗନଓ୍ବାଡି କର୍ମୀ ଓ ଆଶା କର୍ମୀ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଖବର ଦେଇଥିଲେ ହେଲେ କେହି ନ ପହଞ୍ଚିବାରୁ ସେମାନଙ୍କୁ ପରିବାର ଲୋକେ ଜଳେଶ୍ୱରପୁର ହସ୍ପିଟାଲକୁ ନେଇ ଆସିଥିଲେ।ତେବେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା।ଏହାକୁ ନେଇ ସଙ୍ଗେ ସଙ୍ଗେ ଜଳେଶ୍ୱରପୁର ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗୋଟିଏ ଟିମ ଉକ୍ତ ଗାଁରେ ପହଂଚି ଅସୁସ୍ଥ ବ୍ୟକ୍ତିଙ୍କ ସ୍ୱାସ୍ଥ୍ ପରୀକ୍ଷା କରିଥିଲେ।ତେବେ ଆଜି ସକାଳୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଟିଏ ମେଡ଼ିକାଲ ଟିମ ଗାଁରେ ପହଂଚି ଏକ ସ୍କୁଲରେ ଅସୁସ୍ଥ ବ୍ୟକ୍ତିଙ୍କ ଚିକିତ୍ସା କରିଛନ୍ତି