ସନ ଷ୍ଟାର ଟିଭି ବ୍ୟୁରୋ
କଣାସ; ଯାହା ସୂଚନା ରହିଛି ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ଗଡ଼ବଳଭଦ୍ରପୁର ସ୍ଥିତ ମକରା ନଦୀରେ ଏକ ଶବ ଭାସୁଥିବା ର ସ୍ଥାନିୟ ଲୋକେ ନଦୀରେ ଗାଧେଇବା ସମୟରେ ଦେଖିବାକୁ ପାଇଥିଲେ । ଏହି ଗଳିତ ଶବ ଟିକୁ ନଦୀରେ ଭାଷୀ ଯାଉଥିବା ର ଦେଖି ଗଡ଼ବଳଭଦ୍ରପୁରୁ ର ଗ୍ରାମବାସୀ ଭୟବିତ ହୋଇ ପଡ଼ିଥିଲେ । ଭାସୀ ଭାସି କିଛିବାଟ ଯିବାପରେ ମକରା ନଦୀର ମକରା ସାହି ନିକଟବର୍ତ୍ତୀ ଅଞ୍ଚଳର ନଦୀକୂଳରେ ଏହି ଗଳିତ ସବଟି ଲାଗିଯାଇଥିବା ପରେ ତତ୍କ୍ଷଣାତ ଅଗ୍ନିଶମ ବିଭାଗ କୁ ଫୋନ ଯୋଗେ ଜଣାଇଥିଲେ ଗ୍ରାମବାସୀ । ପରେ ସୂଚନା ପାଇ କଣାସ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି କଣାସ ଥାନାକୁ ଖବର ଦେବାପରେ ଘଟଣା ସ୍ଥଳକୁ କଣାସ ଥାନା ଅଧିକାରୀ ଏବଂ ଅଗ୍ନିଶମ ବିଭାଗ ପହଁଚି ଘଟଣା ର ଅନୁଧ୍ୟାନ କରିଥିଲେ । ପରେ ଶବକୁ ଜବତ କରି ଶବ ବେବଛେଦ ପାଇଁ ପୁରୀ ପଠାଇଥିଲେ । ମୂର୍ତ୍ତ ମହିଳା ଜଣଙ୍କ ବିଭାହିତ , ବେକରେ ଏକ ଗାମୁଛା ଗୁଡେ଼ଇ ହୋଇ ରହିଥିବା ଦେଖା ଯାଇଥିଲା । ପାଖାପାଖି 30 ରୁ 35 ବର୍ଷ ବୟସ ହେବବୋଲି ଅନୁମାନ କରାଯାଉଛି । ମହିଳାଙ୍କ ଶରୀର ପଚିଶଶଢ଼ୀ ଯାଇଥିବାରୁ ମହିଳାଙ୍କୁ ଚିହ୍ନିବା କଷ୍ଟ କର ହୋଇଥିଲା । ମହିଳା ଜଣଙ୍କ କେଉଁଠାର ସେ କେଉଁଠି ବାସ କରୁଥିଲେ ଓ ତାଙ୍କ ପରିଚୟ ବର୍ତ୍ତମାନ ଅସ୍ପଷ୍ଟ ରହିଛି ।ଏହାକୁ ଦେଖିବା ପାଇଁ ସ୍ଥାନିୟ ଲୋକଙ୍କ ଭିଡ଼ ଜମିଥିଲେ ମଧ୍ୟ କେହି ଚିନ୍ହି ପାରିନଥିଲେ । ଏହି ମହିଳା ଜଣଙ୍କ ସ୍ଥାନୀୟ ମହିଳା ନା ନଦିରୁ ବନ୍ୟପାଣି ରେ ଭାସି ଆସି ଲାଗିଛି ବୋଲି ଲୋକେ କୁହା କୁହି ହେଉଛନ୍ତି । ଏ ସମ୍ପର୍କରେ କଣାସ ଥାନା ଅଧିକାରୀ ସୁଜିତ ଦାସ ଘଟଣା ସ୍ଥଳରେ ପହଁଚି ଏକ ଅପମୁର୍ତ୍ତ ମାମଲା 12/22 ରୁଜୁ କରି ଅଧିକ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ମହିଳାଙ୍କ ଶବ ବେବଛେଦ ରିପୋର୍ଟ ଆସିବା ପରେ ଯାହା କାର୍ଯ୍ୟ ଅନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ରିପୋର୍ଟ ; ମାନସ ରଞ୍ଜନ ରାଉତରାୟ