ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କୃଷି ଆଇନ୍ ବିରୋଧରେ ଦୀର୍ଘ ୧୮ ଦିନ ଧରି ଦେଶ ବ୍ୟାପୀ ଆନ୍ଦୋଳନ ଜାରି ରହିଥିଲେ ମଧ୍ୟ ଏଯାଏଁ ଏହାର କୌଣସି ନିଷ୍କର୍ସ ବାହାରି ପାରି ନାହିଁ । ସରକାର ବୈଠକ ପରେ ବୈଠକ ଡକାଇ ଚାଲିଥିଲେ ମଧ୍ୟ ଚାଷୀମାନେ ନିଜ ଜିଦରେ ଅଟଳ ରହିଛନ୍ତି ।
ସୋମବାର ଅର୍ଥାତ ୧୪, ଡିସେମ୍ବରରେ ଆନ୍ଦୋଳନ ପ୍ରଦର୍ଶନକାରୀମାନେ ଦେଶବ୍ୟାପୀ ସମସ୍ତ ଜିଲ୍ଲା ଅଫିସ ସାମ୍ନାରେ ଭୋକ ଉପାସରେ ହରତାଳ କରାଯିବ ବୋଲି ଚେତାବନୀ ଦେଇଛନ୍ତି ୩୨ ଟି କୃଷକ ସଂଗଠନ । ସକାଳ ୮ ରୁ ସନ୍ଧ୍ୟା ୫ ଟା ଯାଏଁ ଏହି ଅନଶନ ଜାରି ରହିବ ।
କୃଷି ନେତା ପନ୍ନୁ କେନ୍ଦ୍ର ସରକାରଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି ଯେ ସରକାର ଆନ୍ଦୋଳନକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ଚାଷୀମାନେ ଏପରି ହେବାକୁ ଦେବେ ନାହିଁ । ସେ ଆଉ ମଧ୍ୟ ଆରୋପ ଲଗାଇ କହିଛନ୍ତି ଯେ ସରକାର ସେମାନଙ୍କୁ ବିଭାଜନ କରି ଆନ୍ଦୋଳନକୁ ସମାପ୍ତ କରିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ଏହା କେବେ ବି ସମ୍ଭବ ହେବ ନାହିଁ କାରଣ ଆନ୍ଦୋଳନରତ ଚାଷୀ ମାନେ ଏକତ୍ରିତ ରହିଛନ୍ତି । ସେମାନଙ୍କୁ ବିଭାଜନ କରିବାକୁ ଚେଷ୍ଟା କରୁଥିବା ସରକାରଙ୍କ ସମସ୍ତ ପ୍ରୟାସକୁ ବିଫଳ କରିଦେବୁ ବୋଲି କହିଛନ୍ତି କୃଷକ ନେତା ।