ସନଷ୍ଟାର ଟିଭି ବ୍ୟୁରୋ
କଟକ: ଇଡି ଜାଲରେ ବିଜେଡିର ପୂର୍ବତନ ବିଧାୟକ ତଥା ପୂର୍ବତନ ଚୌଦ୍ବାର ବିଧାୟକ ପ୍ରଭାତ ବିଶ୍ବାଳ। ମନି ଲଣ୍ଡରିଙ୍ଗ ମାମଲାରେ ଇଡି ସମ୍ପତ୍ତି ଆଟାଚ କଲା ଇଡି। ୩ କୋଟି ୯୨ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ କଲା ଇଡି। ଏହି ସମ୍ପତ୍ତି ମଧ୍ୟରେ ପ୍ରଭାତ ବିଶ୍ୱାଳ ଓ ମିଡିଆଗୁରୁ କନ୍ସଲଟାନ୍ସିର ସମ୍ପତ୍ତି ରହିଛି । କଟକ ଏସ୍ବିଆଇରେ ଥିବା ପ୍ରଭାତ ବିଶ୍ୱାଳଙ୍କ ୨୫ ଲକ୍ଷ ଟଙ୍କା ରହିଛି । ସେହିପରି ମିଡିଆଗୁରୁର ନୋଏଡାରେ ଥିବା ସମ୍ପତ୍ତିକୁ ଆଟାଚ୍ କରିଛି ଇଡି । ତେବେ ଏହି ସବୁ ବିନା ଅନୁମତିରେ ଏବଂ ଅଣ ବ୍ୟାକିଙ୍ଗ ସଂସ୍ଥା ଜରିଆରେ ଆଦାୟ ହୋଇଥିବା ନେଇ ସୂଚନା। ତେବେ ଅର୍ଥ ନୈତିକ ଠକେଇ କାରବାରରେ ଇଡି ପ୍ରଭାତ ବିଶ୍ବାଳଙ୍କ ସମ୍ପତ୍ତି ଆଟାଚ କରିଥିବା ସୂଚନା ମିଳିଛି।