ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ଥିବା ରାଇସ ମିଲ ପ୍ରଦୂଷଣ କୁ ଅଧିକ ବଢ଼ାଉଛି ବୋଲି ବିଧାନ ସଭା ଗୃହରେ ପ୍ରସଙ୍ଗ ଉଠାଇଲେ ବିଜେପି ବିଧାୟକ ବିଷ୍ଣୁ ସେଠୀ। ଏହା ସହିତ ସେ କହିଛନ୍ତି ଯେଉଁଠାରେ ଜନବସତି ରହିଛି ସେଠାରେ ଏହି ରାଇସ ମିଲ ସବୁ ନିର୍ମାଣ କରିବା ଉଚିତ ନୁହେଁ। ଭଦ୍ରକରେ ୨୫ଟି ରାଇସ ମିଲ ଅଛି। ତେବେ ରାଇସ ମିଲ ତିଆରି କରିବା ଉପରେ କୌଣସି କଟକଣା ଅଛି କି ନାହିଁ ତାହା ଉପରେ ପ୍ରଶ୍ନ ଉଠାଇଛନ୍ତି ବିଧାୟକ। ଏହା ସହିତ ବିଷ୍ଣୁ ସେଠୀ କହିଛନ୍ତି ଏହା ଦ୍ବାରା ଡଷ୍ଟ ପଲ୍ୟୁସନ ହେଉଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ତେବେ ଏହି ପ୍ରଶ୍ନରେ ଉତ୍ତର ରଖିଛନ୍ତି ମାନ୍ୟବର ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ ପ୍ରଦୂଷଣ ନ କରିବା ପାଇଁ ଶିଳ୍ପନିର୍ମାଣ କରିବା ପୂର୍ବରୁ ଏହା ପାଇଁ ନିୟମାବଳୀ ପ୍ରଦାନ କରାଯାଇଥାଏ। ଯଦି ରାଇସ ମିଲ ଦ୍ବାରା ଏଭଳି ପ୍ରଦୂଷଣ ହେଉଛି ତେବେ ଏହି ଘଟଣାର ତଦନ୍ତ କରାଯିବ ଏବଂ ଏହାକୁ ରୋକିବା ପାଇଁ ପଦକ୍ଷପ ନିଆଯିବ ବୋଲି ମାନ୍ୟବର ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ପ୍ରକାଶ କରିଛନ୍ତି। ଏହା ସହିତ କେଉଁଟି ନିୟମ ପାଳନ ହେଉଛି କି ନାହିଁ ତାହା ପ୍ରତାପ କେଶରୀ ଦେବ ଅନୁଧ୍ୟାନ କରିବେ ବୋଲି ସୂଚନା ଦେଇଛନ୍ତି।