ସନଷ୍ଟାର ଟିଭି ବ୍ୟୁରୋ
-
ସମ୍ପର୍କ କ’ଣ ରାଜନୀତି ପାଇଁ?
-
ଭଉଣୀର ଅପମାନକୁ କିଭଳି ସହି ପାରିବ ଭାଇ?
-
ସମ୍ପର୍କ ନା ରାଜନୈତିକ ସ୍ବାର୍ଥ?
ଭୁବନେଶ୍ବର: ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ବୋଲି କହି ବିବାଦ ଉପୁଜେଇଥିବା କଂଗ୍ରେସ ବିଧାୟକ ଅଧୀର ରଞ୍ଜନ ଚୌଧୁରୀଙ୍କ ପାଇଁ ରାଜନୀତିକ ମହଲ ରେ ବର୍ତ୍ତମାନ ଅସନ୍ତୋଷ ଗମ୍ଭୀର ରୂପ ଧାରଣ କରିଲାଣି। ଏହାକୁ ବିଜେପି ଦୃଢ଼ ନିନ୍ଦା କରୁଥିବା ବେଳେ ମହିଳା କମିଶନ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛି। ଏହା ସହିତ ରାଜ୍ୟ ବିଧାନସଭା ଗୃହରେ ମଧ୍ୟ ଏହାକୁ ନେଇ ରାଜନୀତି ଜୋର ଧରିଛି। ଗତକାଲି ବିଧାନସଭାର ପୋଡିୟମ ତଳେ ବିଜେପି କର୍ମୀ ମାନେ ହୋ ହାଲ୍ଲା କରିଥିଲେ ଯାହା ପାଇଁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖା ଯାଇଥିଲା। ଏହା ପରେ ବିଜେପି କର୍ମୀ ମାନେ ଗୃହ ବାହାରେ ମଧ୍ୟ ପ୍ରତିବାଦ କରିଥିଲେ।
ତେବେ ଦ୍ରୌପଦୀ ମୁର୍ମୁ ଙ୍କୁ ନିଜ ଭଉଣୀ ବୋଲି ସମ୍ବୋଧନ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ଏହି ଘଟଣାରେ କାହିଁକି ଚୁପ ରହିଛନ୍ତି ବୋଲି ବିଜେପି ନେତା ବିଷ୍ଣୁ ସେଠୀ ତାଙ୍କୁ ପ୍ରଶ୍ନ କରିଛନ୍ତି। ଭାଇ ଭଉଣୀ ସମ୍ପର୍କ ହେଉଛି ଶ୍ରଦ୍ଧା ଆଉ ସ୍ନେହର। ଯହି କିଏ ନିଜ ଭଉଣୀକୁ ଖରାପ କରି କହିଦିଏ ତେବେ ଏହାକୁ କୌଣସି ଭାଇ ସହି ପାରିବ ନାହିଁ। କିନ୍ତୁ ଏବେ ମୁଖ୍ୟମନ୍ତ୍ରୀ ଚୁପ କାହିଁକି? ଏଭଳି କିଛି ଭାବରେ ବିଷ୍ଣୁ ସିଧା ସଳଖ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ନିଜ ଟ୍ବିଟର ପେଜରେ ବିଷ୍ଣୁ କହିଛନ୍ତି ଯେ ବାସ୍ତବରେ ଆପଣ ଦ୍ରୌପଦୀ ମୁର୍ମୁଙ୍କୁ ଭଉଣୀ ବୋଲି ଭାବନ୍ତି ନା କେବଳ ରାଜନୈତିକ ସ୍ବାର୍ଥ ପାଇଁ ବ୍ୟବହାର କରୁଛନ୍ତି। କେବଳ ଏତିକି ନୁହେଁ ବିଷ୍ଣୁ ଏହା ମଧ୍ୟ କହିଛନ୍ତି ଯେତେ ବେଳେ ରାଷ୍ଟ୍ରପତୀଙ୍କୁ ଅଶୀଳ ଶବ୍ଦ ପ୍ରୟୋଗ କରାଗଲା ଯାହା ପାଇଁ ସାରା ଦେଶରେ ବିଜେପି ପ୍ରତିବାଦ କରୁଛି ସେତେବେଳେ ବିଜେଡି କୌଣସି ପ୍ରତିବାଦ କରିବା ତ ଦୂର କଥା ମୁହଁ ମଧ୍ୟ ଖୋଲୁ ନାହାନ୍ତି। ତେବେ ଏହା ପ୍ରମାଣିତ ହେଉଛି ରାଷ୍ଟ୍ରପତିଙ୍କୁ ଭଉଣୀ ବୋଲି କହିବା କେବଳ ନିଜ ରାଜନୈତିକ ସ୍ବାର୍ଥ ହାସ କରିବାର ମାଧ୍ୟମ । ଯଦି ବାସ୍ତବରେ ଆପଣ ସମ୍ପର୍କକୁ ବୁଝି ଥାଆନ୍ତେ ତେବେ ଗୋଟିଏ ଭାଇ କେବେ ନିଜ ଭଉଣୀର ଏଭଳି ନିନ୍ଦା ଦେଖି କିପରି ସହୟ କରିପାରିବ ବୋଲି ବିଷ୍ଣୁ ପ୍ରଶ୍ନ କରିଛନ୍ତି।
ଏହା ସହିତ ବିଷ୍ଣୁ କହିଛନ୍ତି ରାଷ୍ଟ୍ରପତିଙ୍କୁ ଓଡିଶାର ଗର୍ବ ଗୌରବ ବୋଲି ବିବେଚନା କରୁଥିବା ବେଳେ ବର୍ତ୍ତମାନ ତାଙ୍କ ପ୍ରତି ଯେଉଁ ଅଶାଳୀନ ଶବ୍ଦ ପ୍ରଯୋଗ ଆପଣଙ୍କ ହୃଦୟକୁ କିପରି କଷ୍ଟ ଦେଲାନାହିଁ । ତେବେ ଗୋଟିଏ ଦୃଷ୍ଟିରେ ଦେଖିବାକୁ ଗଲେ ବିଜେଡି ଏହି ଘଟଣାରେ ଚୁପ ରହିବା ତାହା ପାଇଁ ବର୍ତ୍ତମାନ କାଳ ପାଲଟି ଯାଇଛି। ଏହା ସହିତ ରାଜନୈତିକ ମାହୋଲରେ ମଧ୍ୟ ବିବାଦ ସୃଷ୍ଟି କରିବା ପାଇଁ ନିଜେ ଏକ ଦ୍ବାର ଖୋଲି ଦେଇଛି।