ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆମ ରାଜ୍ୟରେ ପ୍ରତିଦିନ କେହି ନା କେହି ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରୁଛନ୍ତି। ଏହାର ସୂଚନା ରାଜ୍ୟ ସରକାରଙ୍କ ପାଖରେ ଅଛିକି ନାହିଁ ଏହା ଉପରେ ପ୍ରଶ୍ନ କରିଛନ୍ତି ବିଜେପି ନେତା ଶ୍ରୀ ମୋହନ ଚରଣ ମାଝୀ। ଶ୍ରୀଯୁକ୍ତ ମାଝୀ ପ୍ରଶ୍ନ କରିଛନ୍ତି ଯେ ବିଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ କେତେ ସଂଖ୍ୟକ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ଓ କେତେ ଆହତ ହୋଇଛନ୍ତି ତାର ଜିଲ୍ଲା ଓ ବର୍ଷୱାରୀ ବିବରଣୀ ପ୍ରଦାନ କରିବେ କି? ମୃତ ବ୍ୟକ୍ତିଙ୍କ ମଧ୍ୟରେ କେଉଁ ବର୍ଷ କେତେ ବ୍ୟକ୍ତିଙ୍କୁ କେତେ ସୋଲାଟିୟମ୍ ପାଣ୍ଠି ଅର୍ଥ ପ୍ରଦାନ କରାଯାଇଛି ଏବଂ କେତେ ବ୍ୟକ୍ତି ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁବରଣ କରିଛନ୍ତି ଏହା ସହିତ କେତେ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କେତେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଏହାର ବିବରଣୀ ଦେବାକୁ କହିଥିଲେ।
ସମସ୍ତ ସଡ଼କ ଦୁର୍ଘଟଣାରେ ମୃତକଙ୍କୁ ସରକାର ସହାୟତା ପ୍ରଦାନ ନିମନ୍ତେ ସ୍ବତନ୍ତ୍ର ନୀତିନିୟମ ପ୍ରଣୟନ କରିବେ କି ନାହିଁ ବୋଲି ମନ୍ତ୍ରୀ ପ୍ରଶ୍ନ କରିଥିଲେ। ତେବେ ଏହି ଘଟଣାରେ ବାଣିଜ୍ୟ ଓ ପରିବହନ , ଜଳସମ୍ପଦ ମନ୍ତ୍ରୀ , ଶ୍ରୀମତୀ ଟୁକୁନି ସାହୁ ଏକ ତାଲିକା ପ୍ରଦାନ କରିଥିଲେ। ଓଡିଶା ଉତ୍ତର ବିଗତ ୫ ବର୍ଷ ମଧ୍ୟରେ ଅଜଣାଗାଡି ଧକ୍କାରେ ୪୯୪୭ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ ବୋଲି ତାଲିକାରେ ସ୍ପଷ୍ଟ କରାଯାଇଛି।