ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ‘ଏ ମାଟିର କନ୍ୟା’ କିଛି ଏଭଳି ବିଷୟ ବସ୍ତୁର ଶୀର୍ଷକ ଆଉ ଭିତରେ ଲେଖା ହୋଇଛି ସେହି ମହାନ ଦିନର କିଛି ସ୍ମରଣୀୟ କଥା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଏକ ଖବରକାଗରେ ପ୍ରକାଶ ପାଇଛି ଏକ ସମ୍ପାଦକୀୟ ଯାହା ବର୍ତ୍ତମାନ ସବୁ ଆଡେ ଚର୍ଚ୍ଚା ସାଉଁଟିବାରେ ଲାଗିଛି। ଦ୍ରୌପଦୀ ମୁର୍ମୁଙ୍କୁ ନିଜ ଭଉଣୀ ବୋଲି ସମ୍ବୋଧନ କରିଥିବା ମୁଖ୍ୟମନ୍ତ୍ରୀ ଏହି ପୃଷ୍ଠାରେ ତାଙ୍କ ସେହି ଦିନର ଅନୁଭୂତିକୁ ସ୍ବର୍ଣ୍ଣିମ ଅକ୍ଷରରେ ଲେଖି ଦେଇଛନ୍ତି। ତେବେ ଏହି ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ତାଙ୍କ ପାଇଁ ବେଶ ଗୌରବର ମୁହୂର୍ତ୍ତ ବୋଲି ସେ ପ୍ରକାଶ କରିଛନ୍ତି। ଦେଶର ସବୋର୍ଚ୍ଚ ପଦବୀରେ ଜଣେ ଓଡିଆ ଆଦିବାସୀ ମହିଳା କିପରି ପହଞ୍ଚି ପାରିଲେ, କିପରି ଗୋଟିଏ ଛୋଟ ସମ୍ପ୍ରଦାୟରୁ ବାହାରି ସେ ଦେଶର ସବୋର୍ଚ୍ଚ ପଦବୀରେ ବସିପାରିଲେ ଏହି କଥା ଗୁଡିକ ମୁଖ୍ୟମନ୍ତ୍ରୀଙ୍କୁ ବେଶ ପ୍ରେରଣା ଦେଇଛି । ଜଣେ ଓଡିଆ ଭାବରେ ସେ କେତେ ଯେ ଗର୍ବିତ ଥିଲେ ତାହା ସେ ଏଠାରେ ବର୍ଣ୍ଣନା କରିଛନ୍ତି। ନାରୀ ମାନଙ୍କୁ ସର୍ବଦା ଅଗ୍ରାଧୀକାର ଦେଇ ଆସୁଥିବା ମୁଖ୍ୟମନ୍ତ୍ରୀ ସମାଜରେ ମା’ ସବୁଠାରୁ ଶ୍ରେଷ୍ଠ ବୋଲି ପ୍ରକାଶ କରିଛନ୍ତି।