ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଷ୍ଟ୍ରପତି ହେଉଛନ୍ତି ଦେଶର ସର୍ବୋଚ୍ଚ ନାଗରିକ ପଦ। କିନ୍ତୁ ତାଙ୍କୁ ନେଇ ବର୍ତ୍ତମାନ ବିବାଦୀୟ ମନ୍ତବ୍ୟ ଦେଇ ବିବାଦ ଘେରରେ କଂଗ୍ରେସକର୍ମୀ। ବିଧାନସଭାରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ମନ୍ତବ୍ୟ ବର୍ତ୍ତମାନ ଗୃହରେ ତାତି ବଢ଼ାଇଛି। ଆଜି ବିଧାନସଭା ଚାଲିଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ଗୃହ ମଝ ହଟଗୋଳ କରିଥିଲେ ବିଜେପି କର୍ମୀ। ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି କଂଗ୍ରେସ ସାଂସଦଙ୍କ ମନ୍ତବ୍ୟକୁ ନେଇ ବିଜେପି ବିଧାୟକ ମାନେ ଜୋରଦାର ହଙ୍ଗାମା କରିଛନ୍ତି । ଗୃହର ମଧ୍ୟ ଭାଗରେ ଓ ଗୃହ ବାହାରେ ପ୍ଲାଗ କାର୍ଡ ଧରି ବିଜେପି କର୍ମୀ ପ୍ରତିବାଦ କରିଲେ । ଯାହାଫଳ ସ୍ବରୁପ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଗୃହ ମୁଲତବୀ କରାଯାଇଛି। ଭାରତବର୍ଷରେ କଂଗ୍ରେସ କେବେ କାହାକୁ ସମ୍ମାନ ଦେଇ ପାରିବ ନାହିଁ ବୋଲି କହିଛନ୍ତି ବିଜେପି ନେତା ବିଷ୍ଣୁ ସେଠୀ। ଇଡି ଜେରାକୁ ନେଇ ଭୟଭୀତ ହେବାର ଲାଗିଛନ୍ତି କଂଗ୍ରେସ ଯାହା ଫଳ ସ୍ବରୁପ ରାଗରେ ତାଟିଆ କାମୁଡିବାରେ ଲାଗିଛି କଂଗ୍ରେସ ବୋଲି କହିଛନ୍ତି ବିଷ୍ଣୁ ସେଠୀ ।
ସୂଚନାମୁତାବକ ସୋନିଆ ଗାନ୍ଧୀଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ପ୍ରଶ୍ନ ବିରୋଧରେ କଂଗ୍ରେସ ଜୋରଦାର ପ୍ରତିବାଦ କରୁଥିଲା। ଏହା ବ୍ୟତୀତ କଂଗ୍ରେସ ସାଂସଦମାନେ ମଧ୍ୟ ମୁଦ୍ରାସ୍ଫୀତି ଏବଂ ଅଗ୍ନିପଥ ଯୋଜନାକୁ ମଧ୍ୟ ବିରୋଧ କରୁଥିଲେ। ଶୁକ୍ରବାର ମଧ୍ୟ ସଂସଦ ଗୃହ କମ୍ପ୍ଲେକ୍ସରେ କଂଗ୍ରେସ ବିରୋଧ ପ୍ରଦର୍ଶନ ଚାଲିଥିଲା। ଏହି ସମୟରେ ଏକ ଘରୋଇ ଚ୍ୟାନେଲର ଜଣେ ସାମ୍ବାଦିକ ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କୁ କିଛି ପ୍ରଶ୍ନ ପଚାରିଥିଲେ। ଏହି ସମୟ ମଧ୍ୟରେ ଅଧୀର ରଂଜନ ଚୌଧୁରୀ ରାଷ୍ଟ୍ରପତିଙ୍କ ପାଇଁ ‘ଜାତୀୟ ପତ୍ନୀ’ ବା ରାଷ୍ଟ୍ରପନ୍ତ୍ରୀ ଶବ୍ଦ ବ୍ୟବହାର କରିଥିଲେ। ଯାହାକୁ ନେଇ ବିବାଦ ଆରମ୍ଭ ହେବାର ଲାଗିଥିଲା।