ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଗୃହରେ ସାମ୍ବାଦିକଙ୍କୁ ଘର ଯୋଗାଣକୁ ନେଇ ପ୍ରଶ୍ନ ଉଠାଇଲେ ତାରା ପ୍ରସାଦ ବାହିନୀପତି। , ବିଧାୟକ ପଚାରିଥିଲେ ଯେ ରାଜଧାନୀରେ କେତେ ଜଣ ସାମ୍ବାଦିକ ସରକାରୀ ଘର ପାଇବା ପାଇଁ ଆବେଦନ କରିଛନ୍ତି। ସେମାନଙ୍କ ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆବଶ୍ୟକୀୟ ସୁପାରିଶ କରିଛନ୍ତି କି ଯଦି ହଁ ତେବେ ଏହି ସାମ୍ବାଦିକ ମାନଙ୍କର ତାଲିକା ଦେବେ କି। ଏହି ପ୍ରଶ୍ନରେ ଉତ୍ତର ରଖି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ କହିଛନ୍ତି ଯେ , ସୂଚନା ଓ ଲୋକସମ୍ପର୍କ ବିଭାଗ ଅସ୍ୱୀକୃତି ପ୍ରାପ୍ତ ସାମ୍ବାଦିକ ମାନଙ୍କୁ ରାଜଧାନୀରେ ସରକାରୀ ଘର ଯୋଗାଣ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧୀନସ୍ଥ ଅଟେ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପ୍ରଦତ୍ତ ତଥ୍ୟ ଅନୁଯାୟୀ ସାମ୍ବାଦିକଙ୍କୁ ସରକାରୀ ବାସଗୃହ ଯୋଗାଇବା ପାଇଁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ । କିନ୍ତୁ Special Accommodation Rules , ୧୯୫୯ ଅନୁଛେଦ ୪ ( ୩ ) ଅନୁଯାୟୀ ସରକାରଙ୍କ ବିଶେଷ କ୍ଷମତା ଆଧରରେ ଅସ୍ୱୀକୃତି ପ୍ରାପ୍ତ ସାମ୍ବାଦିକ ମାନଙ୍କୁ ରାଜଧାନୀରେ ସରକାରୀ ଘର ଯୋଗାଇଦିଆଯାଉଛି । ଶେଷ ଥର ପାଇଁ ତା ୧୯ , ୦୨ , ୨୦୧୪ ରିଖରେ ସାମ୍ବାଦିକ ମାନଙ୍କୁ ରାଜଧାନୀରେ ସରକାରୀ ଘର ଯୋଗାଇଦିଆଯାଇଥିଲା । ବର୍ତମାନ ସୁଦ୍ଧା ୩୯ ସଂଖ୍ୟକ ସାମ୍ବାଦିକ ରାଜଧାନୀରେ ସରକାରୀ ବାସଗୃହ ପାଇବା ପାଇଁ ଆବେଦନ କରିଛନ୍ତି ।