ମୁମ୍ବାଇ : ସୋନି ଟିଭିରେ ପ୍ରସାରିତ କୈାନ ବନେଗା କରୋଡ ପତିରେ ପଚରା ଯାଇଥିବା ପ୍ରଶ୍ନକୁ ନେଇ ଅଭିନେତା ଅମିତାଭ ବଚ୍ଚନ ଓ ଶୋ ନିର୍ମାତାଙ୍କ ନାମରେ ମାମଲା ରୁଜୁ କରିଛନ୍ତି ଜଣେ ବିଜେପି ବିଧାୟକ । କେବିସିରେ ଅମିତାଭ ପଚାରିଥିବା ପ୍ରଶ୍ନ ହିନ୍ଦୁ ଧାର୍ମିକ ଭାବାବେଗକୁ ଆଘାତ ଦେଇଛି ବୋଲି ବିଧାୟକ ଅଭିମନ୍ୟୁ ପାଓ୍ଵାର ଅଭିଯୋଗ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅମିତାଭ ପଚାରିଥିଲେ ଯେ ୧୯୯୭ ମସିହା ଡିସେମ୍ବର ୨୫ ତାରିଖରେ ଭୀମରାଓ ଆମ୍ବେଦକର ଓ ତାଙ୍କ ସମର୍ଥକ ଏଥି ମଧ୍ୟରୁ କେଉଁ ଗ୍ରନ୍ଥ ଜଳାଇଥିଲେ? ବିକଳ୍ପ ଦିଆଯାଇଥିଲା ବିଷ୍ଣୁ ପୁରାଣ, ଶ୍ରୀମଦ୍ ଭଗବତ୍ ଗୀତା, ଋକବେଦ ଓ ମନୁସ୍ମୃତି ।
ଯାହାକୁ ନେଇ ବିଧାୟକ ପ୍ରଶ୍ନ କରିଥିଲେ ଯେ ଏହାର ବିକଳ୍ପ ସ୍ଥାନରେ କେବଳ ହିନ୍ଦୁ ଗ୍ରନ୍ଥ ନ ନିଆଯାଇ ଅନ୍ୟ ଧର୍ମର ଗ୍ରନ୍ଥ ମଧ୍ୟ ନିଆଯାଇ ପାରିଥାନ୍ତା । ହେଲେ ୪ଟି ବିକଳ୍ପ ଜାଣିକରି ହିନ୍ଦୁ ଧର୍ମ ଗ୍ରନ୍ଥ ନାମ ନିଆଯାଇଛି । ଏଭଳି ପ୍ରଶ୍ନ କରି ଅମିତାଭ ହିନ୍ଦୁ ଧର୍ମ ଗ୍ରନ୍ଥକୁ ଅପମାନିତ କରିଛନ୍ତି ।
कौन बनेगा करोडपती या कार्यक्रमाद्वारे हिंदू धर्मीयांची भावना दुखावल्याबद्दल तसेच अत्यंत सलोख्याने राहणार्या हिंदू व बौद्ध धर्मीयांमध्ये जाणीवपूर्वक तेढ निर्माण करण्याचा प्रयत्न केल्याबद्दल महानायक श्री अमिताभ बच्चन व सोनी टेलिव्हिजन नेटवर्क विरोधात तक्रार नोंदवली.
1/6 pic.twitter.com/PWnUoWxM2M— Abhimanyu Pawar (@AbhiPawarBJP) November 3, 2020