ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଦ୍ୱିତୀୟ ପର୍ଯ୍ୟାୟ ପଚରାଉଚରା ପାଇଁ ଆଜି ପୁଣି ହାଜର ହୋଇଛନ୍ତି ସୋନିଆ ଗାନ୍ଧୀ। ସୋନିଆ ଗାନ୍ଧୀ ମଙ୍ଗଳବାର ଦିନ ନୂଆଦିଲ୍ଲୀର ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ତାଙ୍କ ସହ ପ୍ରିୟଙ୍କା ଏବଂ ରାହୁଲ ଗାନ୍ଧୀ ମଧ୍ୟ ଅଛନ୍ତି। ପାର୍ଟି ମୁଖ୍ୟାଳୟରେ ଅଲ ଇଣ୍ଡିଆ ମହିଳା କଂଗ୍ରେସର ସଦସ୍ୟମାନେ ଇଡି ଡାକରାକୁ ବିରୋଧ କରିଛନ୍ତି। ଦଳ ପୂର୍ବରୁ ରାଜଘାଟରେ ବିରୋଧ କରିବାକୁ ଯୋଜନା କରିଥିଲା କିନ୍ତୁ କର୍ତ୍ତୃପକ୍ଷଙ୍କ ଅନୁମତି ନେଇପାରିନଥିଲା। ଗତ ସପ୍ତାହରେ ବରିଷ୍ଠ ନେତା ଶଶି ଥରୁର, ଅଶୋକ ଗେହଲୋଟ, ସଚିନ ପାଇଲଟ, ପାୱାର ଖେରା ଏବଂ ରଣଦୀପ ସିଂ ସୁରଜେୱାଲାଙ୍କ ସମେତ ୩୪୯ଜଣ କଂଗ୍ରେସ ସଦସ୍ୟଙ୍କୁ ଦଳ କାର୍ଯ୍ୟାଳୟ ବାହାରେ ଗିରଫ କରାଯାଇଥିଲା। ସୂଚନା ମୁତାବକ ସୋନିଆଙ୍କୁ ପୂର୍ବରୁ ଜୁଲାଇ ୨୫ରେ ହାଜର ହେବା ଲାଗି ଇଡି ସମନ କରିଥିଲା । କିନ୍ତୁ ପରେ ଏହାକୁ ୨୬ ତାରିଖକୁ ଘୁଞ୍ଚା ଯାଇଥିଲା । ଜୁଲାଇ ୨୧ରେ ସୋନିଆଙ୍କୁ ଇଡିର ତଦନ୍ତକାରୀ ଅଧିକାରୀ ମାନେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲେ । ତେବେ ସୋନିଆଙ୍କୁ ଇଡିର ପଚରାଉଚରାକୁ ବିରୋଧ କରିଛି ଦଳ । ଏହି ସମୟରେ କଂଗ୍ରେସ ସମଗ୍ର ଦେଶରେ ଇଡି କାର୍ଯ୍ୟାଳୟ ଘେରଉ କରିଛନ୍ତି , ରାଜ୍ୟ କଂଗ୍ରେସ ମଧ୍ୟ ବିକ୍ଷୋପ ଜାରି କରିଛି। କଂଗ୍ରେସ ଭବନ ପରିଷରରେ ରାଜ୍ୟ କଂଗ୍ରେସ ତରଫରୁ ପ୍ରତିବାଦ କରାଯାଇଛି।