ସନଷ୍ଟାର ଟିଭି ବ୍ୟୁରୋ
-
ଗ୍ଲାମ ଦୁନିଆରୁ ହିଜାବ ଦୁନିଆ
-
ହିଜାବ ପାଇଁ ବଦଳିଲା ଜୀବନଶୈଳୀ
-
ଶାନ୍ତି ପାଇଁ ଛାଡିଲେ ଚଳଚିତ୍ର
ରିପୋର୍ଟ:ଗ୍ଲାମରସ ଇଣ୍ଡଣ୍ଟ୍ରିରେ ସଫଳତା ହାସଲ କରିବା ପରେ ଡିପ୍ରେସନର ଶିକାର ହେବା ପରେ ସନା ଖାନ ଚଳଚ୍ଚିତ୍ର ଏବଂ ଟେଲିଭିଜନରୁ ଦୂରେଇ ଯିବାର କାହାଣୀ ସେୟାର କରିଛନ୍ତି। ଏକଦା ଗ୍ଲାମର କୁଇନ ଭାବରେ ବେଶ ପରିଚିତ ସନା ଖାନ ସଲମାନ ଖାନଙ୍କ ଜୟ ହୋ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଏବଂ ବିଗ୍ ବସ୍ ୬ ରେ ଫାଇନାଲିଷ୍ଟ ହୋଇଥିବା ଏହି ଅଭିନେତା ବର୍ତ୍ତମାନ ହିଜାବ୍ ପିନ୍ଧିଛନ୍ତି । ଏବଂ ୨୦୨୦ ମସିହାରୁ ମୁଫତି ଅନାସ ସୟିଦଙ୍କୁ ବିବାହ କରିଛନ୍ତି। ସେ ନିକଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କର ହିଜାବ ପିନ୍ଧିବାର ଗୁମର ଖୋଲିଥିଲେ। ସେ କାହିଁକି ନିଜ ଜୀବନଶୈଳୀରେ ପରିବର୍ତ୍ତନ କଲେ ଏବଂ ଚଳଚ୍ଚିତ୍ର ଛାଡିଥିଲେ ତାହା ସେ କହିଛନ୍ତି। ଏକ ନିକଟ ଭିଡିଓରେ ସନା କହୁଛନ୍ତି, “ମୋର ଅତୀତ ଜୀବନରେ ଅବଶ୍ୟ ମୋର ସବୁକିଛି, ନାମ, ଖ୍ୟାତି, ଟଙ୍କା ଥିଲା ଏହା ସବୁ ପାଇଁ ମୁଁ ଯାହା ଚାହୁଁଥିଲି ତାହା କରିପାରିଲି କିନ୍ତୁ ଗୋଟିଏ ଜିନିଷ ମୋ ଭିତରେ ହଜିଗଲା ସେ ହେଉଛି ମୋ ହୃଦୟରେ ଶାନ୍ତି। ମୋର ସବୁକିଛି ଥିଲା କିନ୍ତୁ ମୁଁ ଖୁସି ନଥିଲି ? ଏହା ଅତ୍ୟନ୍ତ କଠିନ ଥିଲା। ଏବଂ ଆଲ୍ଲାହାଙ୍କ ବାର୍ତ୍ତା ମୋ ପାଖରେ ପହଞ୍ଚିଲା। ଯାହାକି ତାଙ୍କ ଜୀବନକୁ ବଦଳାଇ ଦେଇଥିବା ସେ କହିଛନ୍ତି। ସେ କହିଥଲେ, ୨୦୧୯ ରେ ମୋର ମନେ ଅଛି, ରମଜାନ ସମୟରେ ମୁଁ ମୋର ସ୍ୱପ୍ନରେ ଏକ କବର ଦେଖୁଥିଲି। ମୁଁ ଏକ ଜ୍ବଳନ୍ତ କବର ଦେଖୁଥିଲି ଏବଂ ତାହା ଭିତରେ ମୁଁ ଥିଲି। ମୁଁ ଅନୁଭବ କଲି ଏହା ହେଉଛି ଏକ ସଙ୍କେତ ଯାହା ଭଗବାନ ମୋତେ ଦେଉଛନ୍ତି ଯେ ଯଦି ମୁଁ ପରିବର୍ତ୍ତନ ନହୁଏ, ତେବେ ମୋର ଶେଷ କିଛି ଏହି ଭଳି ହେବ। ଏହି ସ୍ବପ୍ନ ମୋତେ ଟିକେ ଚିନ୍ତାରେ ପକାଇଲା। ମୁଁ ସମସ୍ତ ପ୍ରେରଣାଦାୟକ ଇସଲାମିକ ଭାଷଣ ଶୁଣିଥିବା ସମୟରେ ଏକ ଭିଡିଓ ଶୁଣିଲି ସେଥିରେ କୁହାଯାଇଛି
ତୁମେ ଚାହୁଁନାହଁ ଯେ ତୁମର ଶେଷ ଦିନ ହିଜାବ ପିନ୍ଧିବାର ପ୍ରଥମ ଦିନ ହେଉ। ତାହା ମୋତେ ଏତେ ଗଭୀର ଛୁଇଁଲା ଜୀବନରେ ସବୁଦିନ ପାଇଁ ହିଜାବ୍ ପିନ୍ଧିବାକୁ ପ୍ରତିଜ୍ଞା କରିଲି। ସାନା କହିଛନ୍ତି, ଠିକ ତାର ପରଦିନ ସକାଳେ ମୋର ମନେ ଅଛି ଯେ ମୁଁ ଉଠିଲି ଏବଂ ତାହା ମୋର ଜନ୍ମଦିନ ଥିଲା। ମୁଁ ପୂର୍ବରୁ ବହୁତ ସ୍କାର୍ଫ କିଣିଥିଲି କିନ୍ତୁ ବ୍ୟବହାର କରୁ ନଥିଲି। କିନ୍ତୁ ମୁଁ ସେଦିନ ଉଠିକି ପିନ୍ଧିଲି ଆଉ ଶପଥ କରିଲି ମୁଁ ଏହାକୁ ଆଉ କେବେ ହଟାଇବି ନାହିଁ।
ଏବଂ ସେବେ ଠାରୁ ମୁଁ ଯେଉଁ ଶାନ୍ତି ପାଇଁ ଏତେ ବିର୍ବତ ହେଉଥିଲି ବର୍ତ୍ତମାନ ସେ ସବୁ ମୋ ପାଖରେ ଅଛି। ମୁଁ ଯାହା ଚାହୁଁଥିଲି ମୋତେ ସବୁ କିଛି ମିଳିଲା। ଏବେ ମୁଁ ଶାନ୍ତିରେ ଅଛି ଯେଉଁଭଳି ମୁଁ ଦିଶୁଛି ଯାହା ବି କିଛି ଅଛି ଏଥିରେ ମୁଁ ଆନନ୍ଦ ଅନୁଭବ କରୁଛି।