ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ମଙ୍କିପକ୍ସକୁ ଏକ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବରେ ନିଯୁକ୍ତ କରିପାରନ୍ତି। ଧୀରେ ଧୀରେ ଏହା ବ୍ୟାପିବାରେ ଲାଗିଲାଣି। ଏହି ସମସ୍ୟାର ସମାଧାନ ପାଇଁ ଗୁରୁବାର କମିଟି ବୈଠକ କରିଛି। ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ ହୁ ନିର୍ଦ୍ଦେଶକ କମିଟି ବୈଠକ ଉପରେ ଭରଷା କରିଛନ୍ତି।
ତଥାପି, ସଂଖ୍ୟାଗରିଷ୍ଠତା ଅଭାବ ସତ୍ତ୍ବେ ସେ ପରିସ୍ଥିତିର ନେଇ ଚିନ୍ତିତ ଥିବାରୁ ମଙ୍କିପକ୍ସ ପାଇଁ ଏଜେନ୍ସିର ସର୍ବୋଚ୍ଚ ସ୍ତରର ସତର୍କ ଘୋଷଣା କରିବାକୁ ଗମ୍ଭୀର ଭାବରେ ବିଚାର କରୁଛନ୍ତି।ବର୍ତ୍ତମାନ ହୁ ର ୭୧ ଟି ଦେଶରୁ ୧୪,୦୦୦ ରୁ ଅଧିକ ମାମଲା ଏବଂ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧାରେ ଭାରତରୁ ୩ଜଣ ମଙ୍କି ପକ୍ସରେ ଆକ୍ରାନ୍ତ ହୋଇଛନ୍ତି। ଏବଂ ସମସ୍ତ ଆକ୍ରାନ୍ତ କେରଳରୁ ଚିହ୍ନଟ ହୋଇଛନ୍ତି।