ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ହିମେଶ ରେଶମିଆ ଆଜି ୪୯ବର୍ଷ ବୟସରେ ପାଦ ଥାପିଛନ୍ତି। ସେ ନିଜର ନିଖୁଣ ସ୍ୱର ସହିତ ଶ୍ରୋତାମାନଙ୍କ ହୃଦୟକୁ ଜିତିବାରେ କରିବାରେ କେବେ ବିଫଳ ହୋଇ ନାହାଁନ୍ତି। ସେ ତାଙ୍କ ରୂପଠାରୁ ଆରମ୍ଭ କରି ନିଜର ଦକ୍ଷତା ପର୍ଯ୍ୟନ୍ତ ଅନେକ ଗୁଣର ଗୁରୁ ଅଟନ୍ତି।
ସଙ୍ଗୀତ ନିର୍ଦ୍ଦେଶକ, ନିର୍ମାତା, ଗୀତିକାର ଏବଂ ଅଭିନେତା ହେବା ବ୍ୟତୀତ ହିମେଶ ଜଣେ ପ୍ଲେକ୍ ଗାୟକ ମଧ୍ୟ। ୨୦୦୦ ଦଶକ ଶେଷରେ ସେ ନିଜ କ୍ୟାରିୟରର ଉଚ୍ଚତାରେ ପହଞ୍ଚି ଥିଲେ। ଏହା ସହିତ ବଲିଉଡରେ ଏକ ପ୍ରସିଦ୍ଧ ଗାୟକ ଭାବେ ନିଜର ନାମ ଲେଖିବାରେ ସଫଳ ହୋଇଥିଲେ। ଜୁଲାଇ ୨୩ ରେ ଜନ୍ମଗ୍ରହଣ କରିଥିବା ପ୍ଲେବ୍ୟାକ୍ ଗାୟକ ୧୯୯୮ ମସିହାରେ ଚଳଚ୍ଚିତ୍ର ‘ପ୍ୟାର କିୟା ତୋ ଡରନା କ୍ୟା ପାଇଁ ସଙ୍ଗୀତ ନିର୍ଦ୍ଦେଶକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ସେ ‘ଦି ଏକ୍ସପୋଜ୍’ ଏବଂ ‘ଆପ୍ କା ସୁରୁର’ ଭଳି ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି। ଆଶିକ ବନାୟା,ତେରା ସୁରୁ, ଝଲକ ଦିଖଲାଜା, ନାମ ହେ ତେରା, ଆପକି କସିସ ଭଳି ଏପରି ଅନେକ ଗୀତ ରହିଛି ଯାହା ହିମେଶଙ୍କୁ ଉଚ୍ଚତାର ଶିଖରରେ ପହଞ୍ଚାଇଥିଲା। ବର୍ତ୍ତମାନ ସୁଦ୍ଧା ହିମେଶ ଆଉ ହିମେଶ ଗୀତ ପ୍ରଶଂସକ ମାନଙ୍କ ହୃଦୟରେ ରାଜ କରୁଛି ।