ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଏସିବିସି କୁ ଓବିସି ତାଲିକାର୍ଭୁକ୍ତ କରିବା ପାଇଁ ଆଜି ବିଧାନସଭା ଗୃହରେ ଉଠିଲା ପ୍ରସଙ୍ଗ। ପ୍ରସଙ୍ଗ ଉଠାଇଲେ ଜୟଦେବ ନିର୍ବାଚନ ମଣ୍ଡଳୀ ର ବିଧାୟକ ଅରବିନ୍ଦ ଢ଼ାଲୀ। ବିଧାୟକଙ୍କ କହିବା ଅନୁସାରେ ଏସିବିସିଙ୍କୁ ଓବିସି ତାଲିକାର୍ଭୁକ୍ତ କରିବା ଆବଶ୍ୟକ। ଯାହା ଦ୍ବାରା ସେମାନେ କେନ୍ଦ୍ର ସରକାରଙ୍କ ଦ୍ବାରା ଦିଆଯାଉଥିବା ସୁବିଧା ସୁଯୋଗର ହକଦାର ହୋଇପାରିବେ। ବିଧାୟକଙ୍କ କହିବା ଅନୁସାରେ ଆମ ରାଜ୍ୟର ଏସିବିସି ତାଲିକାରେ ଥିବା ପିଲାମାନେ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ଶିକ୍ଷା ଲାଭ କରିବାରେ ସମର୍ଥ ହୋଇପାରୁ ନାହାନ୍ତି। ଯାହାର ଫଳ ସ୍ବରୁପ ବହୁ ଛାତ୍ର ଛାତ୍ରୀ ମାନେ ଶିକ୍ଷାଗତ ଲାଭ ଏବଂ କେନ୍ଦ୍ରର ସୁବିଧାରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ତେଣୁ ଏସିବିସି କୁ ଓବିସି ତାଲିକାର୍ଭୁକ୍ତ କରିବା ଆବଶ୍ୟକ ରହିଛି ବୋଲି କହିଲେ ବିଧାୟକ। ଏଥିପାଇଁ ମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖନ୍ତୁ ବୋଲି ନିବେଦନ କରିଛନ୍ତି।