ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର :କରୋନା ସମୟ ଠାରୁ ସାମ୍ବାଦିକ ମାନଙ୍କୁ ବିଧାନସଭା ର ପ୍ରେସ ଗ୍ୟାଲେରୀ ଭିତରକୁ ଯିବାକୁ ଅନୁମତି ଦିଆଯାଉନାହିଁ। ତେବେ ଆଜି ଗୃହ ରେ ସାମ୍ବାଦିକ ଙ୍କ ପାଇଁ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟଗୋଳ ଆରମ୍ଭ ହୋଇ ଥିଲା । ସାମ୍ବାଦିକ ମାନଙ୍କୁ ବିଧାନସଭାର ପ୍ରେସ ଗ୍ୟାଲେରୀ ଦେବାକୁ ଉଭୟ ବିଜେପି ଓ କଂଗ୍ରେସର ଦାବି କରିଥିଲେ । ବାଚସ୍ପତିଙ୍କ ପୋଡିୟମ ତଳେ ପ୍ରତିବାଦ ଏବଂ ନାରାବାଜି କରିଥିଲେ ଉଭୟ କଂଗ୍ରେସ ଓ ବିଜେପି ଗୃହ ର ମଧ୍ୟ ଭାଗରେ ପାଟିତୁଣ୍ଡ କରିଲେ । ଗୃହର ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି । ଏଥିପାଇଁ ଗୃହ ମୁଲତବୀ ମଧ୍ୟ ରଖାଯାଇଥିଲା ।
ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀରେ ବସିବାକୁ ବିରୋଧୀଙ୍କ ଦାବୀ। ସାମ୍ବାଦିକ ମାନେ ସମ୍ଭିଧାନ ର ଚତୁର୍ଥ ସ୍ତମ୍ଭ ହୋଇ ଥିବା ବେଳେ ତାଙ୍କୁ ଯେଉଁ ଭଳି ଭାବେ ଅଣଦେଖା କରା ଯାଉଛି ତାହା କୁ ନେଇ ଆଜି ବିରୋଧୀ ଗୃହ ରେ ଗର୍ଜି ଛନ୍ତି । ଯେଉଁଭଳି ମାନେ ଗୃହ ରା ସଦସ୍ୟ ମାନଙ୍କୁ କୋଭିଡ ଟେଷ୍ଟ କରି ଗୃହ ରେ ବସିବା କୁ ଅନୁମତି ଦିଆ ଯାଉଛି ଠିକ ସେହି ପରି ସାମ୍ବାଦିକ ମାନଙ୍କୁ ମଧ୍ୟ ପ୍ରେସ ଗ୍ୟାଲେରୀ ରେ ବସିବା ର ସୁଯୋଗ ଦିଆ ଯାଉ ବୋଲି କହିଛନ୍ତି ବିରୋଧୀ ।