ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ନିୟମ ଭାଙ୍ଗୁଛନ୍ତି ସରକାର। କେନ୍ଦ୍ର ସରକାର ଜାଣି ଶୁଣି ନିଜର ଶକ୍ତିର ଭୁଲ ବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ ଆଣିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର।
ବର୍ତ୍ତମାନ ସଂସଦରେ ଅଧିବେସନ ଚାଲୁଥିବା ସମୟରେ ଏହି ନିୟମରେ କୌଣସି ଜେରା ପାଇଁ ଡକାଯାଇ ପାରିବ ନାହିଁ ବୋଲି ନିୟମ ରହିଛି। ବିରୋଧିଙ୍କ ସ୍ୱର୍ ଚାପିଦେବା ପାଇଁ ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ ସୋନିଆ ଗାନ୍ଧିଙ୍କୁ ଜେରା କରାଯାଉଛି ବୋଲି ବିଧାୟକ ଅଭିଯୋଗ ଆଣିଛନ୍ତି। କେନ୍ଦ୍ର ସରକାର ଚାହୁ ନାହାଁନ୍ତି ଦେଶରେ ବିରୋଧି ରୁହନ୍ତୁ। ସେଥିପାଇଁ ବିରୋଧୀ ମାନଙ୍କୁ ଇଡିର ଭୟ ଦେଖାଉଛନ୍ତି। ସରକାରକୁ ଆସିବା ପରଠାରୁ ବିଜେପି ଅସହିଷ୍ଣୁ ହୋଇ ପଡ଼ୁଛି। ନିଜ କ୍ଷମତାକୁ ଭୁଲ ଭାବରେ ବ୍ୟବହାର କରୁଛନ୍ତି। କେନ୍ଦ୍ରସରକାର ସହନଶୀଳତା ହରାଇ ବସିଲାଣି। ସେଥିପାଇଁ ସେ ଗୃହକୁ ଚଳାଇ ଦେଉନାହାନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର।