ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ଗତକାଲି ଜଗଦୀପ ଧନଖଡ ଉପରାଷ୍ଟ୍ରପତି ପଦ ପାଇଁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ନାମାଙ୍କନ ପତ୍ରରେ ଶେଷ ଦିନରେ ନାମାଙ୍କନ ଭରିଲେ ବିରୋଧୀ ଦଳ ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗେରେଟ ଆଲଭା। ବିରୋଧୀ ଦଳର ନେତାମାନେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାଙ୍କର ନାମ ଘୋଷଣା କରିଥିଲେ। ତେବେ ଆଜି ନାମାଙ୍କନ ଭରିବା ସମୟରେ ବରିଷ୍ଠ ନେତା ରାହୁଲ ଗାନ୍ଧୀ, ଶରତ ପାଓ୍ବାରା, ମଲ୍ଲିକାର୍ଜୁନ ଖାର୍ଗେ ପ୍ରମୁଖ ଉପସ୍ଥିତ ଥିଲେ।
ତେବେ ଅଗଷ୍ଟ ୬ରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମାର୍ଗେରେଟ ଆଲଭା ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡଙ୍କୁ ଟକ୍କର ଦେବେ। ଅଗଷ୍ଟ ୧୦ ତାରିଖରେ ଉପରାଷ୍ଟ୍ରପତି ଭେଙ୍କେୟାନାଇଡୁଙ୍କର କାର୍ଯ୍ୟକାଳ ସମାପ୍ତି ହେବାକୁ ଯାଉଛି।