ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ରବିବାର ଦିନ କେରଳର କୋଲାମରେ ନିଟ ମେଡିକାଲ ପ୍ରବେଶିକା ପରୀକ୍ଷା ଦେବା ପୂର୍ବରୁ ଝିଅମାନେ ନିଜ ବ୍ରା କାଢ଼ିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ଆସିଛି। କେରଳ ମନ୍ତ୍ରୀଙ୍କ ସହ କେନ୍ଦ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କୁହାଯାଇଛି। ଏହି ଅଭିଯୋଗଟି କାଳ୍ପନିକ ଏବଂ ଭୁଲ ଉଦ୍ଦେଶ୍ୟରେ ଦାଖଲ କରାଯାଇଛି ବୋଲି କୋଲାମର ନିଟ ପରୀକ୍ଷା କେନ୍ଦ୍ର ଅଧୀକ୍ଷକ କହିଛନ୍ତି।
ସୋମବାର ଦିନ ଏହି ବିବାଦ ଉପୁଜିଥିଲା ଯେତେବେଳେ ୧୭ ବର୍ଷର ଝିଅର ପିତା ଗଣମାଧ୍ୟମକୁ କହିଥିଲେ ଯେ ତାଙ୍କ ଝିଅ ପ୍ରଥମ ଥର ପାଇଁ ନିଟ୍ ପରୀକ୍ଷା ଦେଉଛନ୍ତି, ତଥାପି ତିନି ଘଣ୍ଟାରୁ ଅଧିକ ସମୟ ବିନା ଅନ୍ତବନ୍ତ୍ରରେ ପରୀକ୍ଷାରେ ବସିବାର ବହୁତ ଖରାବ ଅନୁଭୂତି। ” ରୁ ତେବେ ପିତା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ଯାଞ୍ଚ ସମୟରେ ଧାତବ ଅନ୍ତବନ୍ତ୍ରର ହୁକ୍ ରେ ବାଜିଥିଲା।ଏହାପରେ ତାଙ୍କୁ ଅନ୍ତବନ୍ତ୍ର କାଢ଼ିବାକୁ କୁହାଯାଇଥିଲା।
ଅଭିଯୋଗରେ ଦର୍ଶାଯାଇଛି ଯେ ପ୍ରାୟ ୯୦ପ୍ରତିଶତ ମହିଳା ଛାତ୍ରୀ ସେମାନଙ୍କ ଅନ୍ତବସ୍ତ୍ରକୁ ବାହାର କରି ଷ୍ଟୋରରୁମରେ ରଖିବାକୁ ପଡିଥାଏ।
କେରଳ ଉଚ୍ଚଶିକ୍ଷା ମନ୍ତ୍ରୀ ଆର ବିନ୍ଦୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଏହି ଏଜେନ୍ସି ବିରୋଧରେ ଦୃଢ଼ଦାବି କରିଛନ୍ତି ଯେ ଝଇଅମାନଙ୍କୁ ପରୀକ୍ଷା ହଲରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ଅନ୍ତବନ୍ତ୍ର( ବ୍ରା) କାଢ଼ିବାକୁ ବାଧ୍ୟ କରିଥିଲେ।ସୁରକ୍ଷା ଯାଞ୍ଚ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କେରଳ ପୋଲିସ ଏକ ମାମଲା ରୁଜୁ କରିଛି ଯିଏ ତାଙ୍କୁ ସେମାନଙ୍କ ଅନ୍ତବସ୍ତ୍ର କାଢ଼ିବାକୁ କହିଥିଲେ।