ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କର ନାମ ଘୋଷଣା କରିଲା ପରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଛି ରାଜ୍ୟ ବିଜେଡି। ଏହା ପୂର୍ବରୁ ଏନଡିଏ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇଥିଲା ବିଜେଡି। ତେବେ ଏହି ଘଟଣାକୁ ଆଧାରକରି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ଟ୍ବିଟ କରିଛନ୍ତି। ସେ କହିଛନ୍ତି ବିଜେପି ଏବଂ ବିଜେଡି ହେଉଛି ଟଙ୍କାର ଦ୍ବି ପାର୍ଶ୍ବ। ମୁଁ ବାରମ୍ବାର ଏହି କଥା କହିଛି। ଏବଂ ଏହା ବର୍ତ୍ତମାନ ପ୍ରମାଣିତ।
ସୂଚନାମୁତାବକ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ଜଗଦୀପ ଧନଖଡଙ୍କର ଘୋଷଣା କରିଥିବା ବେଳେ ବିରୋଧୀ ଦଳ ମାର୍ଗେରେଟା ଆଲଭାଙ୍କୁ ପ୍ରାର୍ଥୀ ଭାବେ ଦୌଡରେ ସାମିଲ କରିଛି। ଆଜି ଜଗଦୀପ ଧନଖଡଙ୍କ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମ ଦାଖଲ କରିଛନ୍ତି ଏବଂ ଆସନ୍ତା କାଲି ମାର୍ଗେରେଟ ଆଲଭାଙ୍କ ନାମ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ କାଲି ନାମପତ୍ର ଦାଖଲ କରିବେ । ସୂଚନାନୁସାରେ, ଅଗଷ୍ଟ ୬ ହେବାକୁ ଯାଉଛି ଉପରାଷ୍ଟ୍ରପତି ନିର୍ବାଚନ।