ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ଆଜି ହେଉଛି ମୌସୁମୀ ଅଧିବେଶନର ପ୍ରଥମ ଦିନ। ଏବଂ ଚାଲିଛି ରାଷ୍ଟ୍ରପତି ନିର୍ବାଚନ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଖୁବଶୀଘ୍ର ସମାପ୍ତି ହେବାକୁ ଥିବା ବେଳେ ନୂତନ ରାଷ୍ଟ୍ରପତି ପାଇଁ ଆଜି ହେଉଛି ମତଦାନ।ଏନଡିଏ ପ୍ରାର୍ଥୀ ଦୌପଦୀ ମୁର୍ମୁ ଏବଂ ବିରୋଧୀ ଦଳର ପ୍ରାର୍ଥୀ ଯଶଓ୍ବନ୍ତ ସିନ୍ହା ଙ୍କ ମଧ୍ୟରେ ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ କଡ୍ଡା ଟକ୍କର ହେବାକୁ ଯାଉଛି। ଦିନ ୧୦ ଟାରୁ ମତଦାନ ଆରମ୍ଭ ହୋଇ ଯାଇଛି ଏବଂ ସଂନ୍ଧ୍ୟା ୫ଟା ଯାଏଁ ଏହି ପ୍ରକ୍ରିୟା ଚାଲିବ। ରାଷ୍ଟ୍ରପତି ନିର୍ବାଚନ ପାଇଁ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ମତଦାନ ସାବ୍ୟସ୍ତ କରି ସାରିଲେଣି।
ଯଦି ଆଜିର ନିର୍ବାଚନ ଉପରେ ନଜର ପକାଇବା ତେବେ ଏହି ନିର୍ବାଚନରେ ଅଧିକ ସମର୍ଥନ ଏନଡିଏ ପ୍ରାର୍ଥୀ ଦୌପଦୀ ମୁର୍ମୁ ଙ୍କ ପାଇଁ ଥିବା ବେଳେ ଯାହା ଆଶା କରାଯାଉଛି ଦେଶର ୧୫ତମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ହୋଇ ପାରନ୍ତି। ତେବେ ଯଶଓ୍ବନ୍ତ ସିନ୍ହା ମଧ୍ୟ ପଛ ଘୂଞ୍ଚା ଦେଇ ନାହାନ୍ତି। ଶେଷ ପର୍ଯ୍ୟନ୍ତ ଲଢ଼ିବାକୁ ଏବଂ ଜିତିପାଇଁ ମଧ୍ୟ ଦୃଢ଼ ଆଶାବାଦୀ ଅଛନ୍ତି ସିନ୍ହା। ତେବେ ଆସନ୍ତା ଜୁଲାଇ ୨୧ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଫଳ ଘୋଷଣା ହେବ।