ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ମଙ୍କିପକ୍ସର ପ୍ରଥମ ମାମଲା ଭାରତରେ ଚିହ୍ନଟ ହେବା ପରେ ସଜାଗ ରହିବାକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଏହାର ମୁକାବିଲା କରିବା ପାଇଁ ଏକ ନୂତନ ନିର୍ଦ୍ଦେଶାବଳୀ ତାଲିକା ପ୍ରକାଶ କରାଯାଇଛି। ତେବେ କେରଳର କୋଲାମ ଜିଲ୍ଲାରେ ମଙ୍କିପକ୍ସର ନିଶ୍ଚିତ ମାମଲାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ମଧ୍ୟ ବେଶ ସଜାଗ ହୋଇ ଉଠିଛି। ଚେନ୍ନାଇ ବିମାନବନ୍ଦରରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ସ୍କ୍ରିନିଂ ମଧ୍ୟ ଆରମ୍ଭ କରାଯାଇଛି। ଲୋକମାନଙ୍କୁ ସଜାଗ ରହିବା ସହିତ ବିମାନବନ୍ଦରରେ ନିମୟକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।