ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆନ୍ଧ୍ର ଏବଂ ଓଡିଶା ମଧ୍ୟରେ ଥିବା ସୀମା ବିବାଦର ଏପର୍ଯ୍ୟନ୍ତ କୌଣସି ସମାଧାନ ଆଗକୁ ଆସି ନାହିଁ। ରାତି ପାହିଲେ ଆନ୍ଧ୍ରର ଦାଦାଗିର ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି। ତେବେ ଆଜି ବିଧାନସଭାର ତୃତୀୟ ଦିନରେ ଗୃହରେ ଉଠିଲା ରାଜ୍ୟ ସୀମା ସୁରକ୍ଷା ପ୍ରସଙ୍ଗ। ଶୂନ୍ୟକାଳରେ ପ୍ରଶ୍ନ ଉଠାଇଲେ ବିଜେପି ନେତା ବିଷ୍ଣୁ ସେଠୀ। କୋରାପୁଟ ଜିଲ୍ଲା କୋଟିଆ ଗ୍ରାମପୁଞ୍ଜ କଥା ଉଠାଇ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ। କହିଲେ ସୀମାରେ ଭାଷା,ସାହିତ୍ୟ ଓ ସଂସ୍କୃତି ସୁରକ୍ଷିତ ନୁହେଁ । ଆନ୍ଧ୍ର ସରକାର ସୀମାନ୍ତବର୍ତ୍ତୀ ଲୋକମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଚାଲିଛନ୍ତି। ଯୋଜନା ଉପରେ ଯୋଜନାର ପ୍ରଲୋଭନ ଦେଖାଇ ଲୋକଙ୍କୁ ପ୍ରଲୋଭିତ କରୁଛନ୍ତି। ଯେଉଁଥିରେ ୧୦୦ ରୁ ଉର୍ଦ୍ଧ୍ବ ଗ୍ରାମ ଏହା ଦ୍ୱାରା ପ୍ରଭାବିତ । ମାତ୍ର ରାଜ୍ୟ ସରକାର ସବୁବେଳେ ତଥା କଥିତ ଉତ୍ତର ଦେଉଛନ୍ତି ଆମେ ଅନୁଧ୍ୟାନ କରୁଛୁ ବୋଲି କହିଚାଲିଛନ୍ତି। ଯଦି ସରକାର ଏପରି କହିବେ ତେବେ ଖବର କିଏ ରଖିବ ବୋଲି ପ୍ରଶ୍ନ କରିଛନ୍ତି ବିଷ୍ଣୁ ସେଠୀ। ତେବେ କଣ ଅସୁବିଧା ରହୁଛି। କାହିଁକି ଆନ୍ଧ୍ର ବେଫିକର ଭାବରେ ଓଡିଶାର ସୀମାରେ ତାର ଜୋର ଜବରଦସ୍ତି ଚଳାଇଛି ଏହାଉପରେ ବିରୋଧୀ ନେତା ପ୍ରଶ୍ନ କରିଛନ୍ତି। ବିଭାଗୀୟ ମନ୍ତ୍ରୀ କାହିଁକି କୋଟିଆ ଅଞ୍ଚଳ ପରିଦର୍ଶନ କରୁ ନାହାନ୍ତି କେଉଁଠି ଅସୁବିଧା ରହୁଛି ବୋଲି କହିଛନ୍ତି ବିଷ୍ଣୁ । ଯେତେବେଳେ ସରକାରୀ ଦଳର ବିଧାୟକ ମାନେ ପ୍ରଶ୍ନ କରୁଛନ୍ତି ସେ ସମୟରେ ସରକାର କହୁଛନ୍ତି ଆମ ପାଖରେ ଖବର ନାହିଁ । ତେଣୁ ଏହି ଘଟଣାର ସତ୍ୟାସତ କିଏ ଲୋକଲୋଚନକୁ ଆଣିବ ବୋଲି ପ୍ରଶ୍ନ କଲେ ବିଷ୍ଣୁ ।