ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ପୁରୀ ଏକ ତୀର୍ଥ ସ୍ଥଳୀ ଭାବେ ତାର ମର୍ଯ୍ୟଦା ହାସଲ କରିସାରିଥିବା ବେଳେ ବର୍ତ୍ତମାନ ବିଜ୍ଞାନ କ୍ଷେତ୍ରରେ ସଫଳତାର ଶିଖରରେ ପହଞ୍ଚିବାକୁ ଯାଉଛି। ପୁରୀ ବହୁ ସଂଖ୍ୟାରେ ତୀର୍ଥଯାତ୍ରୀ ଦୃଷ୍ଟି ଆକର୍ଷଣ କରିଥାଏ। ତେବେ ଖୁବ ଶୀଘ୍ର ପୁରୀ ଠାରେ ଜିଲ୍ଲା ବିଜ୍ଞାନ ଓ ପ୍ଲାନେଟୋରିଅମ କେନ୍ଦ୍ର ପ୍ରତିଷ୍ଠା ହେବ। ଏହାରେ ଏହା ଛାତ୍ରଛାତ୍ରୀ ତଥା ସାଧାରଣ ଜନତାଙ୍କୁ ସାଧାରଣ ବିଜ୍ଞାନ ଉପରେ ଇଣ୍ଟରାକ୍ଟିଭ୍ ମଡେଲ୍ ଏବଂ ଧାରଣା, ସାମୁଦ୍ରିକ ସମ୍ବଳ ଉପରେ ଗ୍ୟାଲେରୀ, ପ୍ରଭୁ ଜଗନ୍ନାଥ ସଂସ୍କୃତି ଉପରେ ଗ୍ୟାଲେରୀ, ବିଭିନ୍ନ ରୀତିନୀତି, ମନ୍ଦିରଣ ଐତିହ୍ୟ ଏବଂ ନିର୍ମାଣ ପଛରେ ପ୍ରାଚୀନ ବୈଜ୍ଞାନିକ ଜ୍ଞାନ / ବିଜ୍ଞାନ ଉପରେ ମଡେଲ / ପ୍ରଦର୍ଶନୀ ସହିତ ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତାଙ୍କୁ ଅଭିଜ୍ଞତା ପ୍ରଦାନ କରିବାର। ଏହା ସହିତ କଲିକତାରେ ଯେଉଁଭଳି ସାଇନ୍ସ ସିଟି ରହିଛି ଠିକ ସେହିଭଳି ଭୁବନେଶ୍ୱରରେ ହେବ।ଏଥିପାଇଁ ରାଜ୍ୟ ସରକାର ୩୦ଏକର ଜମି ପ୍ରଦାନ କରିଛନ୍ତି।
ସାତକୋଶିଆ ଅଂଚଳରେ ଜାତୀୟ ସ୍ତରର ଆଞ୍ଚଳିକ ସାତକୋଶିଆ ବାୟ ସ୍ପିୟର ମ୍ୟୁଜିୟମ ହେବ ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ବିଧାନସଭା ରେ କହିଛନ୍ତି । ଏହାସହିତ ୩୦ଟି ଜିଲ୍ଲାରେ ପବ୍ଲିକ ସାଇନ୍ସ ପାର୍କ ହେବାସହ ପ୍ଲାନେଟରୀୟମ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।