ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ଆଉ କିଛିଟା ଦିନ ପରେ ରାଷ୍ଟ୍ରପତି ନିର୍ବାଚନ। ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କ ସହ ବିରୋଧୀ ଦଳର ନେତା ଯଶଓ୍ବନ୍ତ ସିହ୍ନା ନିର୍ବାଚନରେ ଜିତିବା ପାଇଁ ଭୋଟ ଭିକ୍ଷା କରୁଥିବା ବେଳେ ଏହି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କର ବିଜୟ ହେବାର ଆଶା ଅଧିକ ରହିଛି। ତେବେ ଶିବ ସେନା ଠାରୁ ଆରମ୍ଭ କରି ଟିଡିପି,ଜେଡି ସମସ୍ତେ ତାଙ୍କର ସମର୍ଥନ ଏନଡିଏ ପ୍ରାର୍ଥୀଙ୍କୁ ଦ୍ରୌପଦୀ ମୁର୍ମୁ ଦେଇଥିବା ବେଳେ ଜେଏମଏମ ସମର୍ଥନ ଦେବ କି ନାହିଁ ଏହାକୁ ନେଇ ଦ୍ବନ୍ଦ ଲାଗି ରହିଥିଲା। କିନ୍ତୁ ଜେଏମଏମ ମଧ୍ୟ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ସ୍ଥିର କରିଛି। ଦ୍ରୌପଦୀ ମୁର୍ମୁ ଏଲାଗି ଜେଏମଏମଙ୍କୁ ଭୋଟ ଭିକ୍ଷା କରିଥିଲା।
ଜେଏମଏମ କଂଗ୍ରେସର ସହଯୋଗୀ ଏବଂ ଏହା ସହ ମିଶି ରାଜ୍ୟ ସରକାର ଗଠନ କରିଛି। ତେଣୁ ଯାହା ଆଶା କରାଯାଉଥିଲା ରାଷ୍ଟ୍ରପତି ନିର୍ବାଚନରେ ଜେଏମଏମ ବିରୋଧୀ ଦଳର ନେତା ଯଶଓ୍ବନ୍ତ ସିହ୍ନାଙ୍କୁ ନିଜର ସମର୍ଥନ ଜଣାଇବ। କିନ୍ତୁ ଶେଷରେ ଜେଏମଏମ ଏନଡିଏ ପ୍ରାର୍ଥୀଙ୍କୁ ତାର ସମର୍ଥନ ଜଣାଇଛି। ସୂଚନା ମୁତାବକ ଆସନ୍ତା ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଜୁଲାଇ ୨୧ରେ ନିର୍ବାଚନ ଫଳ ପ୍ରକାଶ ପାଇବ।