ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ ଥିବା ବେଳେ ବିଭିନ୍ନ ଗୁରୁତ୍ବପୁର୍ଣ୍ଣ ପ୍ରସଙ୍ଗ ନେଇ ଗୃହ ରେ ପ୍ରଶ୍ନ ଉଠାଇଥିଲେ ବିରୋଧୀ। ତେବେ ଆଜି ଚାଷୀ, ସାର, ବିହନ ଆଦି ଅନେକ ପ୍ରସଙ୍ଗ ରହିଥିବା ବେଳେ ଏସଡିପିଓଙ୍କ ମୃତ୍ୟକୁ ନେଇ ତାତିଥିଲା ଗୃହ। ତେବେ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା। ତେବେ ଉଭୟ ବିଜେପି ଓ କଂଗ୍ରେସ ବିଧାୟକ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଗୃହରେ ଦାବି ରଖିଥିଲା।
ସୂଚନାମୁତାବକ ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କୁ ଆଦିବାସୀ ମହିଳା,ଗର୍ଭବତୀ ମହିଳା , ବୃଦ୍ଧା ,ନାବାଳିକାକୁ ମାଡ଼ ମାରିଥିବା ସହ୍ ଅମାନବୀୟ ଭାବେ ବ୍ୟବହାର କରିଥିଲେ। ଗଞ୍ଜେଇ ଚାଲାଣ ରୋକ ଲଗାଇବା ନାଁରେ ବିଳମ୍ବିତ ରାତିରେ ଗାଁ ପଶି ଆତଙ୍କ ସୃଷ୍ଟି କରିଛି ଅଂଶୁମାନ ଓ ଓଡ଼ିଶା ପୋଲିସ । ମହିଳା ଅଧିକାରୀଙ୍କୁ ସାଙ୍ଗରେ ନନେଇ ଗାଁରେ ପସି ଗର୍ଭବତୀ ମହିଳା, ୮୦ ବର୍ଷୀୟ ବୃଦ୍ଧା, ୧୪ ବର୍ଷର ନାବାଳିକାଙ୍କୁ ମାଡ ମାରିଥିବା ଅଭିଯୋଗ ଆସିଥିଲା। ଗୃହରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ ବିଜେପିର ନେତା ମୋହନ ମାଝୀ ଏହାକୁ ନେଇ ଅଭିଯୋଗ ଆଣିଥିଲେ। ଏହାପରେ ଗୃହକୁ ମୁଲତବୀ ମଧ୍ୟ ରଖାଗଲା। ଶେଷରେ ଗୃହମନ୍ତ୍ରୀ ଏହି ବିଷୟର ସତ୍ୟାସତ ସର୍ବସାଧାରଣକୁ ଆଣିବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି।