ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏକ ମନ୍ତବ୍ୟ ଦେଇ ବିବାଦ ସୃଷ୍ଟି କରିଛନ୍ତି କଂଗ୍ରେସ ନେତା ଅଜୟ କୁମାର । କଂଗ୍ରେସ ନେତା କୁମାର ଅଭିଯୋଗ କରିଛନ୍ତି ଯେ ଭାରତରେ ଅନୁସୂଚିତ ଜାତିର ଅବସ୍ଥା ଅଧିକ ଖରାପ ହୋଇଯାଇଛି ଏବଂ ଶାସକ ଦଳ ଦ୍ୱାରା ଦ୍ରୌପଦୀ ମୁର୍ମୁଙ୍କୁ ‘ଆଦିବାସୀ ପ୍ରତୀକ’ ଭାବରେ ବ୍ୟବହାର କରାଯିବା ଉଚିତ ନୁହେଁ।
“ଏହା ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ନୁହେଁ କିମ୍ବା ଯଶୱନ୍ତ ସିହ୍ନାଙ୍କ ମଧ୍ୟ ରେ ନୁହେଁ ଏହା କେବଳ ଜଣେ ଭଲ ପ୍ରାର୍ଥୀର କଥା। ଏବଂ ମୁର୍ମୁ ମଧ୍ୟ ଜଣେ ଭଲ ପ୍ରାର୍ଥୀ। କିନ୍ତୁ ଆମେ ତାଙ୍କୁ ‘ଆଦିବାସୀ’ର ପ୍ରତୀକ କରିବା ଉଚିତ୍ ନୁହେଁ।
ବର୍ତ୍ତମାନ ରାଷ୍ଟ୍ରପତି ଦୌଡ଼ରେ ମୁର୍ମୁ ଆଗରେ ଥିବା ବେଳେ ଯଦି ସେ ନିର୍ବାଚିତ ହେଲେ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବେ ଏବଂ ଦ୍ୱିତୀୟ ମହିଳା ଏହି ପଦବୀରେ ରହିବେ।କିନ୍ତୁ ଦଳିତ ବୋଲି ତାଙ୍କୁ ଅଧିକ ପ୍ରାଧାନ୍ୟ ଦେବା ଆବଶ୍ୟକ ନୁହେଁ। ତେଣୁ ଆମେ ଜଣେ ଉଚିତ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରିବା ଆବଶ୍ୟକ।