ସନଷ୍ଟାର ଟିଭି ବ୍ୟୁରୋ
କଟକ: ତିନି ଆନ୍ତଃ ଜିଲ୍ଲା ଡକାୟତ ଙ୍କୁ ଧରିଲା ନିଆଳି ପୋଲିସ। କଟକ ସଦର ଏସଡିପିଓ ସୁବାଷ ଚନ୍ଦ୍ର ପଣ୍ଡା ଅଭିଯୋଗ ଅନୁସାରେ ଗତ ଜୁଲାଇ ୧୧ ତାରିଖ ଅପରାହ୍ନ ପ୍ରାୟ ୩.୨୦ ସମୟରେ ଓଉପୁଲି ରୁ ଜଲାରପୂର୍ ରାସ୍ତା ଦେଇ ଆସୁଥିବା Satin credit care limited ନାମକ ଏକ ଫାଇନାନ୍ସ କମ୍ପାନୀ ର ସ୍ଵାଧୀନ ଭୋଇ ନାମକ ଜଣେ କର୍ମଚାରୀ ବିଭିନ୍ନ ଗ୍ରୁପ ରୁ ଟଙ୍କା କଲେକ୍ସନ ସାରି ଫେରୁଥିବା ବେଳେ ତିନି ଜଣ ଲୁଟେରା ଗୋଟିଏ ନୀଳ ରଙ୍ଗର ସ୍କୁଟି ରେ ଆସି ତାଙ୍କ ପାଖରେ ଥିବା ୩୦ହଜାର ଟଙ୍କା, ଗୋଟାଏ ଟ୍ୟାବ ଛଡାଇନେଇଥିଲେ। ଖବର ପାଇ ନିଆଳି ଆଇଆଇସି ବିଜୟ କୁମାର୍ ମଲ୍ଲିକ, ସବ୍ ଇନ୍ସପେକ୍ଟର ଶୋଭରାଜ ପ୍ରିୟଦର୍ଶୀ ମହାନ୍ତି ଙ୍କ ସହ ସଦଳବଳେ ଲୁଟେରା ତିନି ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ସେମାନଙ୍କ ମଧ୍ୟରୁ କଟକ ଜିଲ୍ଲା ନିଆଳି ବ୍ଲକ କୁଳ ଜଲାରପୂର୍ ଗ୍ରାମର ସୁଶାନ୍ତ ନାୟକ, ଆଉ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ସାତପୁରୀ ଅଞ୍ଚଳ ର ଚତୁର୍ଭୁଜ ବାରିକ ଓ ଆଉ ଜଣେ ସେହି ବ୍ଲକ ବିଷ୍ଣୁ ପୂର୍ ଅଞ୍ଚଳ ର ବିଷ୍ଣୁ ଚରଣ ପରିଡ଼ା। ଏମାନଙ୍କ ଠାରୁ ପୋଲିସ ସମସ୍ତ ଟଙ୍କା, ମାରଣା ଅସ୍ତ୍ର, ଏକ ସ୍କୁଟି, ମୋବାଇଲ ଫୋନ ସିଜ୍ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଫରୱାର୍ଡ କରିଥିବା ନେଇ ସୂଚନା ମିଳିଛି। ଅଭିଯୁକ୍ତ ଙ୍କ ନାମରେ ନିମାପଡ଼ା, ଜଗତସିଂପୁର, ନିଆଳି ଥାନାରେ ବିଭିନ୍ନ ଡକାୟତି ମାମଲା ଥିବା ଏସଡିପିଓ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । (ରିପୋର୍ଟ:ଶାନ୍ତନୁ ମିଶ୍ର)