ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ଶିବସେନା ନେତା ସଞ୍ଜୟଙ୍କ ର୍ଟାଗେଟରେ ସିନ୍ଦେ । ସିନ୍ଦେଙ୍କୁ ଟାର୍ଗେଟ କରି ଟ୍ୱିଟ କଲେ ଶିବସେନା ଲିଡର ସଞ୍ଜୟ ରାଉତ । ତେବେ ଏ ନେଇ ପୁଣି ଥରେ ମହାରାଷ୍ଟ୍ର ରାଜନୀତିରେ ଆଲୋଡନ ସୃଷ୍ଟି ହୋଇଛି । ତେବେ ରାଉତ କରିଥିବା ଟ୍ୱିଟକୁ ନେଇ ଏବେ ସନ୍ଦେହ ବଢିବାର ଲାଗିଛି । ଟ୍ୱଟି କରି ସେ ଲେଖିଛନ୍ତି ଯେ ”ଅବ ନେଇ କୋଇ ବାତ୍ ଖତରେ କି..ଅବ୍ ସବକୋ ସବସେ ଖତରା ହେ..” । ସଞ୍ଜୟ ଟ୍ୱିଟ ୍ କରି ଉଦ୍ଧବ ଠାକେର ,ପ୍ରିୟଙ୍କ ଗାନ୍ଧିଙ୍କ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପ ପ୍ରଧାନମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ଙ୍କୁ ଟ୍ୟାଗ କରିଛନ୍ତି । ତେବେ ସଞ୍ଜୟଙ୍କ ଏଭଳି ଲେଖାର ଅର୍ଥ ଅସ୍ପଷ୍ଟ ରହିଥିବା ବେଳେ ସେ ସିନ୍ଦେଙ୍କୁ ଟ୍ୟାଗ କରଥିବା ଯୋଗୁଁ ବର୍ତ୍ତମାନ ମହାରାଷ୍ଟ୍ର ରାଜନୀତିରେ ଦ୍ୱନ୍ଦ ସୃଷ୍ଟି ହୋଇଛି । ତେବେ ଆଗକୁ ଯାଇ ସିନ୍ଦେ ବିଜେପି ସହ ସରକାର ଗଢିବେ କିମ୍ବା ଏମଭିଏକୁ ଆଗକୁ ନେବେ ତାହାକୁ ନେଇ ସଞ୍ଜୟ ସନ୍ଦେହ ପ୍ରକଟ କରିଛନ୍ତି । ତେବେ ଗଣମାଧ୍ୟକୁ ଦେଇଥିବା ଏକ ବାଇଟ୍ରେ ସଞ୍ଜୟ କହିଛନ୍ତି ଯେ ଯେଉଁ ଭଳି ଉପାୟରେ ମହାରାଷ୍ଟ୍ରରେ ସରକାର ଗଢା ଯାଇଛି ତାହା ସମ୍ପୁନ୍ନ ବେଆଇନ ଅଟେ ।
(ରିପୋର୍ଟ: ସୋନାଲି)