ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବଢ଼ୁଛି ବର୍ଷା । ରାଜଧାନୀ ଭୁବନେଶ୍ବରରେ ସକାଳ ପ୍ରହରୁ ଲାଗି ରହିଛି ବର୍ଷା। ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ତଥା ସଂଲଗ୍ନ ଅଞ୍ଚଳ ଉପରେ ଗତକାଲି ରହିଥିବା ଲଘୁଚାପ ବଳୟ ଓଡ଼ିଶା ଉପକୂଳସ୍ଥ ଉତ୍ତର – ପଶ୍ଚିମ ବଙ୍ଗୋପସାଗର ଉପରେ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଯାହା ପାଇଁ ଆଗାମୀ ୪ ଦିନ ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି । ଆସନ୍ତାକାଲି ରାଜ୍ୟର ୧୫ ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ବିଶେଷ କରି କଟକ , ଢେଙ୍କାନାଳ , ଅନୁଗୁଳ , ମୟୂରଭଞ୍ଜ , କେନ୍ଦୁଝର , ବୌଦ୍ଧ , ନୂଆପଡ଼ା , ଯାଜପୁର , ନୟାଗଡ଼ , ଭଦ୍ରକ , ବଲାଙ୍ଗୀର , ସୋନପୁର , ପୁରୀ , ଖୋର୍ଧା ଓ ବାଲେଶ୍ବର ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।
ସେହିଭଳି ୧୫ ତାରିଖ ଯାଏ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନାକୁ ନେଇ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ କେନ୍ଦ୍ର କହିଛି ଯେ ଆସନ୍ତା ୧୩ ତାରିଖ ଦିନ ବର୍ଷାର ପ୍ରଭାବ କମିବ । ମୟୂରଭଞ୍ଜ , କେନ୍ଦୁଝର , ବାଲେଶ୍ବର , ଯାଜପୁର , ମାଲକାନଗିରି , କେନ୍ଦୁଝର , ବାଲେଶ୍ଵର , ଯାଜପୁର , ମାଲକାନଗିରି , କୋରାପୁଟ , ନବରଙ୍ଗପୁର , କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲ୍ଲାର କେତେକ ସ୍ଥାନ ପ୍ରବଳ ବର୍ଷା ହେବ । ଝାରସୁଗୁଡ଼ା , ସମ୍ବଲପୁର , ଦେବଗଡ଼ , ଅନୁଗୁଳ , ଢେଙ୍କାନାଳ , ମୟୂରଭଞ୍ଜ , ବାଲେଶ୍ବର , କେନ୍ଦ୍ରାପଡ଼ା , କଟକ , ଜଗତସିଂହପୁର , ମାଲକାନଗିରି , କୋରାପୁଟ , କଳାହାଣ୍ଡି , ନବରଙ୍ଗପୁର , କନ୍ଧମାଳ , ଗଜପତି ଓ ରାୟଗଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିଭଳି ୧୫ ତାରିଖ ଦିନ ମଧ୍ୟ ଭୀଷଣ ବର୍ଷିବାର ସମ୍ଭାବନା ରହିଛି ।