ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ବାବା ବୈଦ୍ୟନାଥ ଧାମଙ୍କୁ ସିଧାସଳଖ ସଂଯୋଗ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡଖଣ୍ଡରେ ଦେଓଗର ବିମାନବନ୍ଦରର ଉଦଘାଟନ କରିବାକୁ ଯାଉଛନ୍ତି। ପ୍ରାୟ ୪୦୦ କୋଟି ବ୍ୟୟ ଅଟକଳରେ ଏହି ବିମାନବନ୍ଦର ନିର୍ମାଣ କରାଯାଇଛି ଏବଂ ବାର୍ଷିକ ପାଞ୍ଚ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ପରିଚାଳନା କରିବା ପାଇଁ ନିର୍ମାଣ କରାଯାଇଛି। ନବ ନିର୍ମିତ ବିମାନବନ୍ଦରର ୨୫୦୦ ମିଟର ଲମ୍ବର ରନୱେ ଏୟାରବସ୍ A320 ବିମାନର ଅବତରଣ ଏବଂ ଉଡ଼ାଣ ପରିଚାଳନା କରିପାରିବ। ଏଠାରେ ୬ଟି ଚେକ୍ ଇନ୍ କାଉଣ୍ଟର ଏକ ସମୟରେ ୨୦୦ଯାତ୍ରୀଙ୍କୁ ସୁବିଧା ଯୋଗାଇପାରିବା ଭଳି ମଧ୍ୟ ସୁବିଧା କରାଯାଇଛି।
ବାବା ବୈଦ୍ୟନାଥ ଧାମ ଦେଶର ଏକ ପ୍ରସିଦ୍ଧ ପୀଠ। ଏଠାକୁ ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସୁଅ ଛୁଟେ। ଭକ୍ତ ମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଗନ୍ତବ୍ୟ ସ୍ଥାନ। ଏବଂ ପ୍ରତିଦିନ ହଜାର ହଜାର ଲୋକ ହିନ୍ଦୁ ତୀର୍ଥସ୍ଥାନ ପରିଦର୍ଶନ କରନ୍ତି। ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କ ମାସ ଶ୍ରାବଣ ମାସରେ ଏଠାକୁ ବହୁ ଲୋକଙ୍କର ଆଗମନ ହୋଇଥାଏ।
ଏହାସହିତ ଶୁକ୍ରବାର ଦିନ ଇଣ୍ଡିଗୋ ଘୋଷଣା କରିଛି ଯେ ଏହା ଜୁଲାଇ ୧୨ରେ କୋଲକାତା-ଦେଓଗର ବିମାନ ସେବା ଆରମ୍ଭ କରାଯିବ।