ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ବୁଧବାର ଦିନ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେବା ପରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିବା ଜଣାପଡିଛି। ଲାଲୁଙ୍କ ବଡ ଝିଅ ତଥା ରାଜ୍ୟସଭା ସାଂସଦ ମିସା ଭାରତୀ ଶୁକ୍ରବାର ସକାଳେ ତାଙ୍କ ପିତାଙ୍କ ଛବି ଟ୍ୱିଟରରେ ସେୟାର କରି ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିବା କହିଛନ୍ତି। ସୂଚନାମୁତାବକ ରାଷ୍ଟ୍ରୀୟ ଜନତା ଦଳ ( ଆରଜେଡି ) ସୁପ୍ରିମୋ ତଥା ବରିଷ୍ଠ ରାଜନେତା ଲାଲୁ ପ୍ରସାଦ ଯାଦବଙ୍କ ଅର୍ଦ୍ଧ ଶରୀର କୋମାକୁ ଚାଲିଯାଇଥିଲା । ତେବେ ତାଙ୍କ ଶରୀର ହଲଚଲ ହେଉନାହିଁ ବୋଲି ପୁଅ ତେଜସ୍ଵୀ ଯାଦବ ସୂଚନା ଦେଇଥିଲେ । ଉଲ୍ଲେଖଯୋଗ୍ୟ , ଲାଲୁ ତାଙ୍କର ପାଟନା ସ୍ଥିତ ଘର ପାହାଚରେ ଗତ ରବିବାର ପଡ଼ିଯିବା ପରେ ତାଙ୍କ ଦେହର ତିନିଟି ସ୍ଥାନରେ ଗଭୀର ଆଘାତ ଲାଗିବା ସହ ହାଡ଼ ଭାଙ୍ଗି ଯାଇଥିଲା । ସୋମବାର ତାଙ୍କୁ ପାଟନାର ଏକ ଘରୋଇ ଡାକ୍ତରଖାନାରେ ଭତ୍ତା କରାଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ବୁଧବାର ରାତିରେ ତାଙ୍କୁ ଏୟାର ଆମ୍ବଲାନ୍ସ ଜରିଆରେ ଦିଲ୍ଲୀସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା ।