ସନଷ୍ଟାର ଟିଭି ବ୍ୟୁରୋ
ଋିପୋର୍ଟ: ଆଜି ବହାରିବ ମାଟ୍ରିକ ରେଜଲ୍ଟ । ଦିନ ୧ଟା ରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳ ପ୍ରକାଶ ପାଇବ । ତେବେ ୨ ବର୍ଷ କୋଭିଡ ପରେ ଚଳିତ ବର୍ଷ ଛାତ୍ରଛାତ୍ରୀ ଅଫ୍ଲାଇନ ମାଧ୍ୟମରେ ପରୀକ୍ଷା ଦେଇଥିଲେ । ଅଫ୍ଲାଇନ୍ ପରୀକ୍ଷା ଯୋଗୁଁ ମେଧାବୀ ଛାତ୍ରଛାତ୍ରୀ ରେଜଲ୍ଟକୁ ନେଇ ବେଶ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି । ସୂଚନାମୁତାବକ, ଚଳିତ ବର୍ଷ ମୋଟ ୫ଲକ୍ଷରୁ ଅଧିକ ପିଲା ପରୀକ୍ଷା ଦେଇଥିଲେ। ରେଜଲ୍ଟ ବାହାରିବାର ଏକ ଘଣ୍ଟା ପରେ ଏହା ଓ୍ବେବ ସାଇଟରେ ଉପଲ୍ବଧ ହେବ। ପିଲା ମାନେ ନିଜ ଆଡମିଟ କାର୍ଡ ମାଧ୍ୟମରେ ରେଜଲ୍ଟ ପାଇପାରିବେ ।ପରୀକ୍ଷାର୍ଥୀ ମାନେ WWW.BSEODISHA.AC.IN ୱେବସାଇଟରୁ ରେଜଲ୍ଟ ଜାଣିପାରିବେ । ଏହାଛଡ଼ା ଏସ୍ଏମ୍ଏସ୍ ଜରିଆରେ ବି ପରୀକ୍ଷାର୍ଥୀ ମାନେ ଫଳାଫଳ ସମ୍ପର୍କରେ ସୂଚନା ପାଇପାରିବେ । ଆପଣ OR(୧୦) ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ଏସଏମଏସ୍ କଲେ ଆପଣ ପରୀକ୍ଷା ଫଳ ପାଇପାରିବେ ।(ରିପୋର୍ଟ:ସୋନାଲି)