ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ଗତ ନଅ ମାସ ହେବ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଥିବା ଭକ୍ତ ଏବେ ଭଗବାନଙ୍କ ଦର୍ଶନ ପାଇବାକୁ ଯାଉଛି । ଡିସେମ୍ଵର ଶେଷ ସପ୍ତାହ ବେଳକୁ ଖୋଲିପାରେ ଶ୍ରୀମନ୍ଦିର । ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ କିଷନ କୁମାର । ଡିସେମ୍ବର ୨୨ରୁ ୨୫ ଭିତରେ ଖୋଲିପାରେ ଶ୍ରୀମନ୍ଦିର । ଛତିଶା ନିଯୋଗର ଗୁରୁତ୍ଵପୁର୍ଣ୍ଣ ବୈଠକରେ ଏହି ନିଷ୍ପତି ନିଆଯାଇଛି ।
ଛତିଶା ନିଯୋଗର ପ୍ରଥମ ପ୍ରର୍ଯ୍ୟାୟ ବୈଠକରେ ଜିଲ୍ଲା ପ୍ରଶାସନ, ନିଯୋଗ, ସେବାୟତଙ୍କ ସହିତ ଆଲୋଚନା କରାଯିବା ପରେ ଯେଉଁ ମତାମତ ମିଳିଥିଲା ଏବଂ ଆଜି ଦ୍ଵିତୀୟ ପ୍ରର୍ଯ୍ୟାୟ ବୈଠକରେ ସମସ୍ତଙ୍କ ମତାମତ ଗ୍ରହଣ କରାଯାଇଛି । ତେବେ ଏହି ଦୁଇଟି ବୈଠକର ମତାମତକୁ ନିଆଯାଇଥିବା ସୁପାରିଶକୁ ୨ ରୁ ୪ ଦିନ ମଧ୍ୟରେ ସରକାରଙ୍କ ନିକଟକୁ ପଠାଯିବ , ସରକାରଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀମନ୍ଦିର ଖୋଲାଯିବ । ଶ୍ରୀମନ୍ଦିର ଖୋଲିଲା ପରେ କେତେକ କଟକଣାକୁ ମାନିବାକୁ ପଡିବ ବୋଲି କହିଛନ୍ତି ମନ୍ଦିର ପ୍ରଶାସନ ।
- ତେବେ ମନ୍ଦିର ଖୋଲିଲେ ସର୍ବ ପ୍ରଥମେ ପୁରୀ ବାସିନ୍ଦାକୁ ଦର୍ଶନ ପାଇଁ ଅନୁମତି ମିଳିବ ।
- ୧ଓ ୨ତାରିଖ ନୂଆବର୍ଷରେ ଲକ୍ଷାଧିକ ଶ୍ରଦ୍ଧାଳୁ ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବାରୁ ଏହି ଦିନ ମନ୍ଦିର ବନ୍ଦ ରହିବ ।
- ୩ ତାରିଖରୁ ବାହାର ଲୋକମାନଙ୍କୁ ଶ୍ରୀମନ୍ଦିର ଦର୍ଶନ ପାଇଁ ଅନୁମତି ମିଳିବ । ଏହାର ଗାଇଡଲାଇନ ମଧ୍ୟ ପ୍ରକାଶ ପାଇବ ।
- ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ ଅଟେ ।
- ସମସ୍ତେ ସାନିଟାଇଜର ବ୍ୟବହାର କରିବେ । ଯାହା ମନ୍ଦିର ପ୍ରଶାସନ ତରଫରୁ ମନ୍ଦିରର ୪ ଦ୍ଵାରରେ ଦିଆଯିବ ।
- ଫୁଲ ଧୂପ ଗୁଡିକୁ ବାହାରେ ରଖାଯିବାର ବ୍ୟବସ୍ଥା କରାଯିବ । କିମ୍ବା ଏହାର ଅନ୍ୟ କିଛି ବିକଳ୍ପ କରାଯିବ ।
- ୩ ରୁ ୧୦ ଅର୍ଥାତ ପ୍ରଥମ ସପ୍ତାହରେ ପ୍ରତ୍ୟେକ ଦିନ ୫୦୦୦ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ । ଏହାପରେ ପରିସ୍ଥିତିକୁ ଦେଖି ଅନ୍ୟ ନିଷ୍ପତି ନିଆଯିବ ।
- ସମସ୍ତ କର୍ମଚାରୀ ମାନଙ୍କ ପାଇଁ ଆଇ କାର୍ଡ ବ୍ୟବସ୍ଥା ରହିବ ।
- ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ୍ ପିଲାଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ ନାହିଁ ।
- ସମସ୍ତେ ମହାପ୍ରସାଦ ପାଇପାରିବେ ।