ସନଷ୍ଟାର ଟିଭି ବ୍ୟୁରୋ
ଉଦୟପୁର: କହ୍ନେୟାଙ୍କ ପରେ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ । ଉଦୟପୁରର କହ୍ନେୟାଙ୍କ ହତ୍ୟା ପରେ ଏବେ ଚାରିଆଡେ ଅସନ୍ତୋଷ ଦେଖାଦେଇଛି । ଏହି ହତ୍ୟାକାଣ୍ଡ ଘଟଣାରେ ଉଦୟପୁର ପୋଲିସ ଅଧରକ୍ଷକଙ୍କ ସମେତ ଭାରତୀୟ ପୋଲିସ ସେବା(ଆଇପିଏସ)ର ୩୨ ଜଣ ଅଧିକାରିଙ୍କୁ ସ୍ଥାନାନ୍ତର କରାଯାଇଛି । ତେବେ କହ୍ନେୟାଙ୍କ ମୃତ୍ୟ ପୂର୍ବରୁ ତାଙ୍କୁ ବହୁବାର ଏ ନେଇ ଧମକ ଦିଆଯାଇଥିଲା ।
ସୂଚନାମୁତାବକ, କହ୍ନେୟା ଏ ବାବଦରେ ଉଦୟପୁର ପୋଲିସକୁ ଜଣାଇଥିଲା । ହେଲେ ତାଙ୍କୁ କୌଣସି ସୁରକ୍ଷା ଯୋଗାଇ ଦେଇ ନଥିଲା ପ୍ରଶାସନ । ଏପରି ଭାବେ କହ୍ନେୟାଙ୍କୁ ଅଣଦେଖା କରିବା ଏବେ ପୋଲିସ ଉପରେ ଭାରିପଡିଛି । ସାରା ରାଜ୍ୟରେ ଏଭଳି ଦାୟତ୍ୱହୀନ କାର୍ଯ୍ୟ ପାଇଁ ସମାଲୋଚନାର ସିକାର ହୋଇଛି ପୋଲିସ । ତେହେ କହ୍ନେୟାଙ୍କୁ ହତ୍ୟା କରିବା ପରେ ଅତି ଗର୍ବର ସହ ଭିଡିଓ କରି ସୋସିଆଲ ମିଡିଆରେ ଛାଡିଥିଲେ ଅଭିଯୁ୍କ୍ତ ।ତେବେ କହ୍ନେୟାଙ୍କୁ ହତ୍ୟା କରିବା ପରେ ନୂପୁରଙ୍କୁ ସପୋର୍ଟ କରି ତାଙ୍କ ଭିଡିଓକୁ ସେୟାର କରିଥିବା ବ୍ୟକ୍ତିଙ୍କୁ ହତ୍ୟା ଧମକ ଦିଆଯାଉଥିବା ସୂଚନା ରହିଛି । ଏହା ସହ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଏନେଇ ଏବେ ଟାର୍ଗେଟ କରାଯାଉଛି ବୋଲି ସୂଚନା ରହିଛି । (ରିପୋର୍ଟ:ସୋନାଲି)