ସନଷ୍ଟାର ଟିଭି ବ୍ୟୁରୋ
ପୁରୀ : ରାଗିଛନ୍ତି ମା ଲକ୍ଷ୍ମୀ ସାଆନ୍ତାଣୀ। ଆଜି ତୋଷଭର ହୋଇ ଭାଙ୍ଗବେ ମହାପ୍ରଭୁଙ୍କ ରଥ। ଶ୍ରୀଗୁଣ୍ଡିଚା ମନ୍ଦିରରେ ମଙ୍ଗଳବାର ହେରାପଞ୍ଚମୀ ନୀତି ପାଳନ କରାଯିବ । ଜଗତ୍ଜନନୀ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ । କିମ୍ବଦନ୍ତୀ କୁହେଁ ରଥଯାତ୍ରାରେ ମହାପ୍ରଭୁ ତାଙ୍କୁ ସାଥୀରେ ନନେଇ ଭାଇଭଉଣୀଙ୍କ ସହ ଘୋଷଯାତ୍ରା କରିଥିବାରୁ ଅଭିମାନ କରିଛନ୍ତି ମହାଲକ୍ଷ୍ମୀ । ପରମ୍ପରା ଅନୁଯାୟୀ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗଲାଗି ଆଜ୍ଞାମାଳ ମହାଲକ୍ଷ୍ମୀଙ୍କୁ ପ୍ରଦାନ କରାଯିବ । ଦଶମୀ ତିଥିରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡା ବିଜେ କରିବାକୁ ପ୍ରଭୁ ଶ୍ରୀଜଗନ୍ନାଥ ପ୍ରତିଶ୍ରୁତି ଦେବେ । ଶରଧାବାଲିକୁ ଯାଇ ମହାଲକ୍ଷ୍ମୀନନ୍ଦିଘୋଷ ରଥର ଗୋଟିଏ ଚକ ଭାଙ୍ଗିବାରମଧ୍ୟ ପରମ୍ପରା ରହିଛି । ସେବାୟତଙ୍କ ଗହଣରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଘଣ୍ଟ , ଛତା ଓ କାହାଳୀ ସହ ମନ୍ଦିରକୁ କରିବେ । ଶ୍ରୀଗୁଣ୍ଡିଚା ବିଜେ ମହାଲକ୍ଷ୍ମୀଙ୍କୁ ନୂତନ ଲୁଗା ପରିଧାନ କରାଯିବା ସହ ବେଶ କରାଯିବ । ରଥଚକ ଭାଙ୍ଗିବା ପରେ ଶ୍ରୀଗୁଣ୍ଡିଚା ମନ୍ଦିର ଜଗମୋହନକୁ ଯାଇ ପ୍ରଭୁଙ୍କୁ ଦର୍ଶନ କରିବେ । ଏହାପରେ ସେ ଶ୍ରୀମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ । ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିଙ୍କ ପକ୍ଷରୁ ମହାଲକ୍ଷ୍ମୀଙ୍କୁ ପଂକ୍ତି ଭୋଗ କରାଯିବ । ସେପଟେ ଆଜି ବାହୁଡା ମଙ୍ଗଳ ବାର ମଧ୍ୟ ପାଳନ କରାଯାଉଛି। ଛୁଆ ମାନଙ୍କର ଦୀର୍ଘାୟୁ ପାଇଁ ମା ମାନେ ଆଜି ବାହୁଡା ମଙ୍ଗଳ ବାର ପୂଜା କରିଥାନ୍ତି। ଏବଂ ମା ଲକ୍ଷ୍ମୀଙ୍କୁ ଆରାଧନା କରିଥାଆନ୍ତି।