ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ଆଜି ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ( ଓଜେଇଇ ) । ୫ ଦିନ ଧରି ଏହି ପରୀକ୍ଷା ଚାଲିବ। ଏହା ସହିତ ୩ଟି ସିଫ୍ଟରେ କମ୍ପ୍ୟୁଟର ବେସ୍ ଟେଷ୍ଟ ( ସିବିଟି ) ମାଧ୍ୟମରେ ଏହା ଅନୁଷ୍ଠିତ ହେବ। ପ୍ରଥମ ସିଫ୍ଟ ପରୀକ୍ଷା ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଦ୍ଵିତୀୟ ସିଫ୍ଟ ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୨ଟା ୩୦ , ଏବଂ ତୃତୀୟ ସିଫ୍ଟ ଅପରାହ୍ନ ୪ଟାରୁ ୬ଟା ମଧ୍ୟରେ ଅନୁଷ୍ଠିତ ହେବ । ରାଜ୍ୟର ୩୦ଟି ଜିଲ୍ଲାରେ ୬୧ଟି ଏବଂ ରାଜ୍ୟ ବାହାରେ ୪ଟି ପରୀକ୍ଷା କେନ୍ଦ୍ର ହୋଇଛି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଥର କରୋନା କଟକଣା ମଧ୍ୟରେ ଚଳିତ ବର୍ଷର ଓଜେଇଇ କରାଯିବ । ପରୀକ୍ଷାର୍ଥୀଙ୍କ ଲାଗି ମାସ୍କ ପରିଧାନ ଏଥିସହ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି । ପରୀକ୍ଷାର୍ଥୀ ଯେପରି ପରସ୍ପର ମଧ୍ୟରେ ଦୂରତା ରକ୍ଷା କରିବେ ସେଥିପ୍ରତି ମଧ୍ୟ ଗୁରୁତ୍ବ ଦେବାକୁ ସମସ୍ତ କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କୁ କୁହାଯାଇଛି । ଚଳିତ ବର୍ଷ ୫୮ ହଜାର ଛାତ୍ରଛାତ୍ରୀ ଓ ଜେଇଇ ଦେବା ଲାଗି ପଞ୍ଜୀକରଣ କରିଛନ୍ତି।