ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତ – ୩ କଳା ଛାତ୍ରୀ ରୁଚିକା ମହାନ୍ତିଙ୍କ ଅକାଳ ବିୟୋଗରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତ – ୩ କଳାର ପ୍ରଥମ ବର୍ଷ ଛାତ୍ରୀ ରୁଚିକା ମହାନ୍ତି ଜଣେ ମେଧାବୀ ଛାତ୍ରୀ ଥିଲେ । ସେ ମହାବିଦ୍ୟାଳୟର କାରୁବାକୀ ଛାତ୍ରୀନିବାସରେ ରହୁଥିଲେ । ତାଙ୍କ ଅକାଳ ବିୟୋଗରେ ସେ ଅତ୍ୟନ୍ତ ଦୁଃଖ ଓ ମର୍ମାହତ ବୋଲି ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ଏହା ଏକ ସମ୍ବେଦନଶୀଳ ଘଟଣା ଏବଂ ଏହାର ପୋଲିସ ତଦନ୍ତ ରିପୋର୍ଟ ହସ୍ତଗତ ହେବା ପରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ । ମନ୍ତ୍ରୀ ଶ୍ରୀ ପଜାରୀ ଶୋକସନ୍ତପ୍ତ ପରିବାରଙ୍କ ପତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି । ତେବେ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ କଥା ହେଲା ଛାତ୍ରୀ ଜଣକ ସୂଈସାଇଡ ନୋଟରେ ବିଜେବି କଲେଜ ରେ ରାଗିଙ୍ଗ ହୁଏ ବୋଲି ପ୍ରକାଶ କରିଥିଲେ। ଆଇ ଏ ଏସ ହେବା ପାଇଁ ସ୍ବପ୍ନ ଦେଖୁଥିବା ମୃତ ମେଧାବୀ ଛାତ୍ରୀ ଏଭଳି ନିଷ୍ପତ୍ତି ନେବା ପଛରେ କିଛି ବଡ କାହାଣୀ ରହିଛି ଯାହା ଫଳରେ ରହିଛି। ତେଣୁ ଏହି ଘଟଣାର ତଦନ୍ତ ସଠିକ ଭାବରେ କରାଯିବା ସହ ରୁଚିକାକୁ ଦଣ୍ଡ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି।