ସନ୍ଷ୍ଟାର ଟିଭି ବ୍ୟୁରୋ
ଚେନ୍ନାଇ: ସିବିଆଇ ହେପାଜତରେ ଥିବା ପ୍ରାୟ ୪୫ କୋଟି ଟଙ୍କା ମୂଲ୍ୟର ୧୦୩ କିଲୋରୁ ଅଧିକ ସୁନା ଗାଏବ ହୋଇଯାଇଛି। କିଛି ବର୍ଷ ତଳେ ସିବିଆଇର ରେଡ୍ ସମୟରେ ୧୦୩ କିଲୋଗ୍ରାମ ସୁନା ଜବତ କରାଯାଇଥିଲା । ଶୁକ୍ରବାର ଦିନ ମାଡ୍ରାସ ହାଇକୋର୍ଟ ଏହି ଘଟଣାର ତଦନ୍ତ ଭାର ତାମିଲନାଡୁର ସିବି-ସିଆଡି କୁ ଦେବା ପରେ ଘଟଣାଟି ଲୋକଲୋଚନକୁ ଆସିଛି।
୨୦୧୨ରେ ଚେନ୍ନାଇର ସୁରନା କର୍ପୋରେସନ୍ ଲିମିଟେଡ୍ କାର୍ଯ୍ୟାଳୟରେ ଚଢ଼ାଉ କରି ସିବିଆଇ ଜବତ କରିଥିବା ୪୦୦.୫ କିଲୋ ସୁନା ବିସ୍କୁଟ୍ ଓ ସୁନା ଅଳଙ୍କାରର ଅଂଶବିଶେଷ। ‘ସିବିଆଇ’ ମାମଲା ପାଇଁ ଚେନ୍ନାଇରେ ଥିବା ପ୍ରମୁଖ ସ୍ୱତନ୍ତ୍ର ଅଦାଲତଙ୍କୁ ଉକ୍ତ ଲକର୍ର ୭୨ଟି ଚାବି ହସ୍ତାନ୍ତର କରାଯାଇଥିଲା ବୋଲି ସିବିଆଇ କହିଛି। ଜବତ ସମୟରେ ଏକତ୍ର କରାଯାଇ ସୁନା ବିସ୍କୁଟ୍ଗୁଡ଼ିକୁ ଓଜନ କରାଯାଇଥିଲା। ତେବେ ଏତେ ଗୁଡାଏ ସୁନା ବିସ୍କୁଟ କୁଆଡେ ଗଲା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।