ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ପୃଥିବୀରେ ପ୍ଲାଷ୍ଟିକ୍ ପ୍ରଦୂଷଣର ଅବହେଳିତ ତଥା ଗୁରୁତ୍ବ ପୂର୍ଣ୍ଣ ପ୍ରସଙ୍ଗ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ ୩ କୁ ଆନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ଭାବରେ ପାଳନ କରାଯାଏ। ପ୍ଲାଷ୍ଟିକ୍ ଦ୍ବାରା ସ୍ଥଳ ଏବଂ ସାମୁଦ୍ରିକ ଜୀବ ସମେତ ପ୍ରାକୃତିକ ପରିବେଶ ପ୍ରତି ଗୁରୁତର ବିପଦ ରହିଛି। ଏହା ବର୍ତ୍ତମାନ ର ପିଢ଼ୀ ସହିତ ଏହା ଭବିଷ୍ୟତର ପିଢ଼ୀକୁ ମଧ୍ୟ ବିପଦରେ ପକାଉଛି। ତେଣୁ ଏହି ଦିନଡି ପାଳନ କରିବା ସହିତ ଲୋକ ମାନଙ୍କୁ ସଚେତନ କରାଇବା ପାଇଁ ଏହି ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।
ଏହି ଦିନର ମହତ୍ବପୂର୍ଣ୍ଣ ଉଦ୍ଦେଶ୍ୟ ହେଉଛି ପଲିଥିନ ବ୍ୟବହାରକୁ ରୋକିବା । ପଲିଥିନ ଏହି ଅଣ-ଜୈବ ପଦାର୍ଥ ଯାହା ଶହ ଶହ ବର୍ଷ ଧରି ମାଟିରେ ମିଶେ ନାହିଁ। ଏହାର ବ୍ୟବହାର ଦ୍ୱାରା ଆମ ପରିବେଶ କ୍ଷତି ସହୁଛି। କାରଣ ଗୋଟିଏ ପ୍ଲାଷ୍ଟିକ୍ ବ୍ୟାଗ୍ କୁ ଖରାପ ହେବାକୁ ୧୦୦୦ ବର୍ଷ ଲାଗିଥାଏ। ତେବେ ଆମକୁ ଆମ ପ୍ରକୃତି ଏକ ଏହାର ଧ୍ୟାନ ନିଜେ ରଖିବାକୁ ପଡିବ। ଏ ପ୍ରକୃତି କୋଳରେ ହିଁ ଆମେ ବଢ଼ୁଛୁ। ଯଦି ଆମେ ଏହି ପ୍ରକୃତି ରକ୍ଷା କରିବା ନାହିଁ ତେବେ ଆମେ ପ୍ରକୃତିର ମଣିଷ ବୋଲି କିପରି ବୋଲାଇ ପାରିବା।
ଏହି ସଚେତନା ଆମ ଠାରୁ ହିଁ ଆରମ୍ଭ ହେବା ଉଚିତ। ଆମେ ପ୍ଲାଷ୍ଟିକ ବର୍ଜ୍ଜନ କରିବା ସହିତ ଏହାର ବ୍ୟବହାରକୁ ରୋକିବା ଦିଗରେ ଆଗକୁ ବାହାରି କାର୍ଯ୍ୟକରିବାକୁ ପଡିବ।ତେବେ ଯାଇ ଏହାର ମାତ୍ରାଧିକ ବ୍ୟବହାର ଉପରେ ରୋକ ଲଗାଯାଇ ପାରିବ।