ସନଷ୍ଟାର ଟିଭି ବ୍ୟୁରୋ
ଚାନ୍ଦବାଲି : ବିବାହ ର ୧୦ବର୍ଷ ପରେ ଶାଶୁ ଘର ଲୋକ ମିଳିମିଶି ବୋହୁକୁ ମାରିଦେଇ ଆତ୍ମହତ୍ୟା ର ରୂପ ଦେଉଥିବା ଅଭିଯୋଗ କରିଛନ୍ତି ବାପ ଘର ଲୋକ । ଏନେଇ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଝିଅର ବାପା । ପୋଲିସ ସ୍ୱାମୀ କୁ ଅଟକ ରଖି ପଚରା ଉଚରା କରୁଛି । ଅଭିଯୋଗ ମୁତାବକ ବାଂଶଡା ଥାନା ନେଢୁଆଳି ଗାଁ ର ନନ୍ଦ ସେଠି ଙ୍କ ଝିଅ ଉର୍ମିଳା ସେଠି ୨୦୧୨ ମସିହାରେ ରାଜକନିକା ଥାନା ଖୁଣ୍ଟା ଗାଁ ରେ ଅଭିମନ୍ୟୁ ସେଠି କୁ ବିବାହ କରିଥିଲା । ବାହାଘର ର କିଛି ବର୍ଷ ପରେ ଶାଶୁ ଘର ଲୋକ ବୋହୁକୁ ମାଡ଼ ମାରିବା ସହ ବିଭିନ୍ନ ପ୍ରକାରର ନିର୍ଯ୍ୟାତନା ଦେଇ ଆସିଥୁଲେ । ଉର୍ମିଳା ଜଣେ ଶିକ୍ଷୟତ୍ରୀ ହୋଇଥିବାରୁ ସେ ସବୁ କଥାକୁ ସହି ଆସୁଥିଲା । ହେଲେ କିଛି ଦିନ ତଳେ ରାତିରେ ସ୍ୱାମୀ ସହ ଘରର ଅନ୍ୟାନ୍ୟ ଲୋକ ମିଶି ଉର୍ମିଳାକୁ ମାଡ଼ ମାରି ମାରିଦେଇ ଆତ୍ମହତ୍ୟା ର ରୂପ ଦେଉଥିବାର ପୋଲିସ ରେ ଲିଖିତ ଅଭିଯୋଗ କରିଛନ୍ତି ଝିଅର ବାପା । ସ୍ତ୍ରୀର ଦେହ ଖରାପ ଅଛି କହି ତୁରନ୍ତ ଆସିବକୁ ଶଶୁର ଘରକୁ ଖବର ଦେଇଥିଲେ ଉର୍ମିଳାର ସ୍ୱାମୀ । ଆଉ ତା ଆର ଦିନ ଭୋର ସମୟରେ ଉର୍ମିଳା ଫାସୀ ଦେଇ ଆତ୍ମହତ୍ୟା କରିଥିବାର ଶାଶୁ ଘର ଲୋକ ଖବର ଦେଇଥିଲେ। ହେଲେ ପରିବାର ଲୋକ ପହଞ୍ଚି ଦେଖି ଜାଣିବାକୁ ପାଇଥିଲେ ଯେ ଶାଶୁ ଘର ଲୋକ ମାରି ଦେଇଛନ୍ତି । ଉର୍ମିଳା ଏବଂ ଅଭିମନ୍ୟୁ ଙ୍କର ଏକ ପୁତ୍ର ସନ୍ତାନ ଅଛି । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ରିପୋର୍ଟ ଆସି ନାହିଁ। ପୋଲିସ ବର୍ତ୍ତମାନ ସ୍ୱାମୀଙ୍କୁ ଅଟକ ରଖିଛି ।(ରିପୋର୍ଟ: ପ୍ରଶାନ୍ତ କୁମାର ପାଣି)