ସନଷ୍ଟାର ଟିଭି ବ୍ୟୁରୋ
ଋିପୋର୍ଟ: ଖୁବ୍ ଶୀଘ୍ର ମହାରାଷ୍ଟ୍ର ମହାଶଙ୍କଟର ଅନ୍ତ ଘଟିବାକୁ ଯାଉଛି । ଗତ ସୋମାବାରଦିନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମହାରାଷ୍ଟ୍ର ରାଜନୀତିରେ ଏକ ବଡ ପରିବର୍ତ୍ତନ ହେବାର ଆଶଙ୍କା କରାଯାଉଛି । ତେବେ ବିଜେପି ନେତା ଦେବେନ୍ଦ୍ର ଫଡନବିସ ଦିଲ୍ଲୀରୁ ଫେରିବା ପରେ ତୁରନ୍ତ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ଭେଟିଥିଲେ । ରାଜ୍ୟପାଳଙ୍କୁ ଭେଟିବାସହ ଦେବେନ୍ଦ୍ର ଏକ ଦାବି ଉପସ୍ଥାପନା କରିଥିଲେ । ଦେବେନ୍ଦ୍ର କରିଥିବା ଦାବିକୁ ନେଇ ରାଜ୍ୟପାଳ ଭଗତ ସିଂହ ଆସନ୍ତା ଗୁରୁବାର ବିଧାନସଭାରେ ସଂଖ୍ୟାଗରିଷ୍ଠତା ତଥା ଫ୍ଲୋର ଟେଷ୍ଟର ପ୍ରମାଣ ଦେବାକୁ ଉଦ୍ଧବ ଠାକେରେ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାମୁତାବକ, ଜୁନ୍ ୩୦ ତଥା ଗୁରୁବାର ପୂର୍ବାହ୍ନ ୧୧ ଟାରେ ବିଧାନ ସଭାରେ ଏକ ସ୍ୱତନ୍ତ୍ର ଅଧିବେଶନର ଆହ୍ୱାନ ଦିଆଯାଇଛି । ହେଲେ ଶିବସେନା ତଥା ଉଦ୍ଧବ ଠାକରେ ସରକାରର ଅଧିକରୁ ଅଧିକ ବିଧାୟକ ଏବେ ବିଦ୍ରୋହୀ ଏକନାଥ ସିନ୍ଦେଙ୍କୁ ତାଙ୍କର ସମର୍ଥନ ଦେଉଥିବା ବେଳେ ଉର୍ଦ୍ଧବ ଠାକେରଙ୍କୁ କରଛଡା ଦେଇଛନ୍ତି । ଏପରି ସ୍ଥଳରେ ଉଦ୍ଧବଙ୍କ ହାତରୁ ଶାସନ ଭାର ଖସି ସିନ୍ଦେଙ୍କ ହାତକୁ ଚାଲି ଯିବାର ଆଶଙ୍କା କରାଯାଉଛି । ତେବେ ଆସନ୍ତାକାଲି ଦିନ ୧୧ଟା ବେଳେ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବା ସହ ସଂନ୍ଧ୍ୟା ୫ଟାରେ ଫ୍ଲୋର ଟେଷ୍ଟ ହେବାର ସୂଚନା ମିଳିଛି । ତେବେ ଏହି ଫ୍ଲୋର ଟେଷ୍ଟରେ କିଏ ବାଜିମାତ କରୁଛି । ତାହା ଉପରେ ରହିଛି ସମସ୍ତଙ୍କ ନଜର ।(ରିପୋର୍ଟ: ସୋନାଲି)