ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ଆସାମର ଗୋହାଟିରେ ଥିବା ଏକ ହୋଟେଲରେ ବର୍ତ୍ତମାନ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ଏବଂ ତାଙ୍କ ସହିତ କିଛି ବିଧାୟକ ମାନେ ରହିଛନ୍ତି। ତେବେ ହୋଟେଲର ରହଣି କୁ ମଧ୍ୟବୃଦ୍ଧି କରାଯାଇଛି। ତେବେ ସିନ୍ଦେ ମଙ୍ଗଳବାର ଦିନ ଦାବି କରିଛନ୍ତି ଯେ ତାଙ୍କ ସହ ୫୦ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଏବଂ ସେ ଶୀଘ୍ର ମୁମ୍ବାଇ ଫେରିବେ ବୋଲି କହିଛନ୍ତି।
ଏଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସିନ୍ଦେ କହିଛନ୍ତି, “ଆମେ ଶିବସେନାରେ ଅଛୁ ଏବଂ ଆମେ ଶିବସେନାକୁ ଆଗକୁ ନେଉଛୁ। ଏଥିରେ କୌଣସି ସନ୍ଦେହ କରିବା ଉଚିତ୍ ନୁହେଁ। ଆମେ ଆପଣଙ୍କୁ ଆଗାମୀ କାର୍ଯ୍ୟାନୁଷ୍ଠାନ ବିଷୟରେ ଜଣାଇବୁ। ମୁଁ ଶୀଘ୍ର ମୁମ୍ବାଇରେ ପହଞ୍ଚିବି ବୋଲି ସେ ପ୍ରକାଶ କରିଛନ୍ତି। ଶିବସେନା ନେତା ଆଦିତ୍ୟ ଠାକରେଙ୍କ ଦାବି ଅନୁଯାୟୀ ୧୫ ରୁ ୨୦ ଜଣ ବିଧାୟକଙ୍କୁ ସିନ୍ଦେ ଅପହରଣ କରି ନେଇଛନ୍ତି । କିନ୍ତୁ ସିନ୍ଦେ କହିଛନ୍ତି ଯେ କୌଣସି ବିଧାୟକଙ୍କୁ ଜୋରଜବରଦସ୍ତ କରାଯାଇ ନାହିଁ ଏବଂ ସମସ୍ତେ ଏଠାରେ ନିଜ ଇଚ୍ଛାରେ ଅଛନ୍ତି ବୋଲି ସେ କହିଛନ୍ତି। ଯଦି ଆପଣ ଭାବୁଛନ୍ତି ମୁଁ ସେମାନଙ୍କୁ ଅପହରଣ କରିଛି ଦୟାକରି ସେମାନଙ୍କର ନାମ ପ୍ରକାଶ କରନ୍ତୁ। ଆମେ ବାଲାସାହେବ ଠାକରେଙ୍କ ହିନ୍ଦୁତ୍ୱ ବିଷୟରେ କହୁଛୁ ଏବଂ ଏହାକୁ ଆଗକୁ ନେଉଛୁ ବୋଲି ଗୋହାଟୀରେ ସିନ୍ଦେ ଗଣମାଧ୍ୟମକୁ କହିଛନ୍ତି।