ସନଷ୍ଟାର ଟିଭି ବ୍ୟୁରୋ
ଋିପୋର୍ଟ: ଭାରତ ଏବଂ ପାକିସ୍ତାନ ଭିତରେ ସମ୍ପର୍କର ତିକ୍ତତା ସବୁବେଳେ ରହି ଆସିଛି । ଛୋଟ କିମ୍ବା ବଡ ହେଉ ସବୁ କଥାରେ ପାକିସ୍ତାନ ଭାରତ ଉପରେ ଦୋଷାରୋପ କରିଥାଏ । ତେବେ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ଭିଡିଓ ପ୍ରତିଦିନ ଭାଇରାଲ ହେଉଛି । ତା ଭିତରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ପାକିସ୍ତାନରେ ଘଟିଥିବା ଦୁଃଘଟଣାକୁ ଭାରତର ବୋଲି ଦର୍ଶାଯାଉଛି ।
ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓଟିରେ ରହିଛି କିଛି ଏମିତି ଦୃଶ୍ୟ । ଭିଡିଓରେ କିଛି ମୋଟରସାଇକେଲର ଏକାବେଳେ ଫ୍ଲାଏ ଓଭର ଉପରେ ଅତି ଆଶ୍ଚର୍ଯ୍ୟଜନକ ଭାବେ ଖସି ପଡିଯିବାର ଦୃଶ୍ୟ ଦେଖିବାକୁ ମିଳୁଛି । ତେବେ ଏହି ଭିଡିଓକୁ ସେୟାର କରୁଥିବା ବ୍ୟକ୍ତିମାନେ ଏହାକୁ ନାଭି ମୁମ୍ବାଇର ସାନପଡାର ବୋଲି ଦାବି କରିଛନ୍ତି । ଭିଡିଓ ସେୟାର ବେଳେ କ୍ୟାପସନରେ ଲେଖା ହୋଇଛି “ହେ ଭଗବାନ ଏ କ’ଣ ହେଲା” । ଅଧିକ ବର୍ଷା ଯୋଗୁଁ ଏମିତି ଘଟିଥିବା ଭିଡିଓରେ ଦର୍ଶାଯାଇଛି । ତେବେ ସବୁ ବର୍ଷ ତୁଳନାରେ ଚଳିତ ବର୍ଷ ସହରରେ ଅଧିକ ବର୍ଷା ମଧ୍ୟ ନାହିଁ । ତେଣୁ ଏଭଳି ଜଣକ ପରେ ଜଣେ କିପରି ଭାବେ ଗଳି ପଡୁଛନ୍ତି । ଏହା ଟିକେ ଆଶ୍ଚର୍ଯ୍ୟ ଲାଗୁଛି । ତେବେ ଏହି ଭିଡିଓଟିର ସତ୍ୟତା ଜାଣିବା ପାଇଁ ଇଣ୍ଡିଆ ଟୁଡେ ଆଣ୍ଟି ନ୍ୟୁଜ୍ ୱାର୍ ରୁ୍ମ୍ ଯାଞ୍ଚ କରିଥିଲା । ସମ୍ପୁନ୍ନ ତଥ୍ୟ ସଂଗ୍ରହ ପରେ ଏହି ଭିଡିଓଟି ନାଭି ମୁମ୍ବାଇର ନୁହେଁ ବରଂ ପାକିସ୍ତାନର କରାଚିରେ ଘଟିଛି ବୋଲି ପ୍ରମାଣିତ ହୋଇଛି । ଭିଡିଓରେ ଦିଆଯାଇଥିବା ମନ୍ତବ୍ୟ ଆଧାରରେ ତର୍ଜମା କରିବା ଦ୍ୱାରା ଭିଡିଓର ସତ୍ୟାସତ୍ୟ ସମ୍ନାକୁ ଆସିଥିଲା । ଭିଡିଓରେ ୫ ସେକେଣ୍ଡ ପାଇଁ ଦେଇାଯାଇଥିବା ‘ହୋଣ୍ଡା’ ର ଏକ ଶୋ’ରୁମ ଦୃଶ୍ୟମାନ ହେଉଛି । ଗୁଗୁଲ୍ ମ୍ୟାପ୍ସରେ ଯାଞ୍ଚ କରିବା ପରେ ଏହି ଶୋ’ ରୁମଟି କରାଚି ସହରର ସିଦ୍ ମିନହସ୍ ରୋଡ୍ ନିକଟରେ ଥିବା ଜଣାପଡିଥିଲା । ତେବେ ସେୟାର ହୋଇଥିବା ଭିଡିଓ ଏବଂ ସ୍କିନସଟରୁ ଏହା ପ୍ରମାଣ ହୋଇଥିଲା ଯେ ଭିଟିଓଟି ମୁମ୍ବାଇର ନୁହେଁ ବରଂ ଏହା କରାଚିର ଅଟେ । ତେବେ ମୋଟରସାଇକେଲରୁ ପଡିଥିବା ବ୍ୟକ୍ତିମାନେ ବର୍ତ୍ତମାନ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଏହି ଘଟଣା ପ୍ରଥମ ନୁହେଁ ଏହା ର୍ପୂମରୁ ମଧ୍ୟ ପାକିସ୍ତାନ ବହୁବାର ଭାରତ ଉପରେ ଏହି ଭଳି ଲାଞ୍ଛନ ଲଗାଇ ଆସିଛି ।(ରିପୋର୍ଟ:ସୋନାଲି)